ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୁଇଦିନ ପାଇଁ ଆମେଠିଗସ୍ତରେ ଯାଇଥିଲେ। ସ୍ମୃତି ଇରାନୀ ଆମେଠିର ଏକ ଚର୍ଚ୍ଚିତ ଲସି ଦୋକାନରେ ଯାଇ ପହଞ୍ଚିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ଦୋକାନର ଭିଡିଓ କରିବା ସହିତ ଦୋକାନ ମାଲିକଙ୍କୁ କିଛି ପ୍ରଶ୍ନ ପଚାରୁଥିବା ବି ଦେଖିବାକୁ ମିଳିଥିଲା। ସ୍ମୃତି ଇରାନୀ ଆଉ ଲସି ଦୋକାନୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭି ସେୟାର କରିଛନ୍ତି।
LOL Moment for Madam Irani !!
Minister Irani- Did anyone from the Gandhi family ever came to drink Lassi?
Shopkeeper - Yes, Rahul Gandhi, Priyanka Gandhi & so on...
Smriti thinks it's all happening for the first time in this country.
— Srinivas BV (@srinivasiyc) September 5, 2021
ସ୍ମୃତି ଇରାନୀ ଆମେଠିର ଚର୍ଚ୍ଚିତ ଅସରଫି ଲାଲ ଲସି କର୍ନରକୁ ଯାଇଥିଲେ। ସେଠାରେ ଭିଡିଓ କରୁଥିବା ବେଳେ ଦୋକାନୀକୁ ପଚାରିଥିଲେ, ଏହି ଦୋକାନକୁ କେବେ ଗାନ୍ଧି ପରିବାରର କେହି ଲସି ପିଇବାକୁ ଆସିଥିଲେ। ଦୋକାନ ମାଲିକ ସ୍ମୃତିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହଁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଆହୁରି ବି ଅନେକଲୋକ ଏଠାକୁ ଆସିଥିଲେ।