ନୂଆଦିଲ୍ଲୀ: ଅର୍ଜୁନ ଭଲ୍ଲାଙ୍କ ସହିତ ଝିଅ ଶୈନେଲ୍ଙ୍କର ନିର୍ବନ୍ଧ ହୋଇଥିବା କଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ଦୁହିଁଙ୍କର ସୁନ୍ଦର ଫଟୋ ସବୁ ମଧ୍ୟ ସ୍ମୃତି ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛନ୍ତି।
ପ୍ରଥମ ଫଟୋରେ ଦେଖା ଯାଉଛି ଗୋଟାଏ ଚମତ୍କାର ସ୍ଥାନରେ ଅର୍ଜୁନ ଆଣ୍ଠୁମାଡ଼ି ବସିବା ସହ ଶୈନେଲ୍ଙ୍କୁ ‘ପ୍ରପୋଜ୍’ କରୁଛନ୍ତି। ଦ୍ବିତୀୟ ଫଟୋରେ ନିର୍ବନ୍ଧ ହୋଇ ସାରିଥିବା ଦମ୍ପତିଙ୍କ ସହାସ୍ୟ ସେଲ୍ଫି ରହିଛି।
ଫଟୋର ପରିଚୟୋକ୍ତିରେ ସ୍ମୃତି ଲେଖିଛନ୍ତି, ଏବେ ଆମର ହୃଦୟ ଯେଉଁ ବ୍ୟକ୍ତିଙ୍କ ପାଖରେ ରହିଲା, ତାଙ୍କରି ପାଇଁ…। ଅର୍ଜୁନ ଭଲ୍ଲା ଆପଣଙ୍କୁ ଆମ ପାଗଳ ପରିବାରକୁ ସ୍ବାଗତ। ଶଶୁର ଭାବେ ଜଣେ ପାଗଳ ବ୍ୟକ୍ତି ଏବଂ ତାଙ୍କ ଠୁ ଖରାପ ମୋ ଭଳି ଜଣେ ଶାଶୂ ପାଉଥିବାରୁ ଆପଣଙ୍କୁ ଆଶୀର୍ବାଦ କରୁଛି। ଈଶ୍ବର ଆପଣଙ୍କର ମଙ୍ଗଳ କରନ୍ତୁ।
ସୂଚନାଯୋଗ୍ୟ, ଶୈନେଲ୍ଙ୍କ ବ୍ୟତୀତ ସ୍ମୃତିଙ୍କର ଜୋହର୍ ଏବଂ ଜୌଶ୍ ନାମରେ ଆଉ ଦୁଇଟି ପିଲା ଅଛନ୍ତି। ଜୋହର୍ ଏବଂ ଜୌଶ୍ ସ୍ମୃତି ଇରାନୀଙ୍କର ସ୍ବାମୀ ଜୁବିନ୍ ଇରାନୀଙ୍କ ଔରସ ଜାତ ପିଲା। କିନ୍ତୁ, ଶୈନେଲ୍ ହେଉଛନ୍ତି ଜୁବିନ୍ ପ୍ରଥମେ ବିବାହ କରିଥିବା ମୋନା ଇରାନୀଙ୍କ ଗର୍ଭଜାତ ସନ୍ତତି।