ବାହା ହେଲେ ସ୍ମୃତି ଇରାନୀଙ୍କ ଝିଅ ସନେଲ୍‌

ଜୟପୁର : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଜୁବିନ ଇରାନୀଙ୍କ ଝିଅ ସନେଲ ଇରାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ରାଜସ୍ଥାନର ନାଗୌରଠାରେ ଅବସ୍ଥିତ ଐତିହାସିକ ଖିମ୍ବସର୍‌ ଦୁର୍ଗରେ ସନେଲ୍‌ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି । ଅର୍ଜୁନ ଓ ସନେଲଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ବିବାହ ସମାରୋହ ପାଇଁ ଖିମ୍ବସର ଦୁର୍ଗକୁ ଅତ୍ୟନ୍ତ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଆଜି ବିବାହ ଉତ୍ସବରେ ସ୍ମୃତି ଭଲ୍ଲା ପରିବାର ସଦସ୍ୟଙ୍କ ସହ ନାଚିଥିଲେ ଏବଂ ଶଙ୍ଖ ବଜାଇଥିଲେ।

ସମ୍ବନ୍ଧିତ ଖବର