ଖୁବ ଶୀଘ୍ର ଜମ୍ମୁ ଓ କଶ୍ମୀରରେ ଆରମ୍ଭ ହେବ ମୋବାଇଲ ଏସଏମଏସ ସେବା

ଶ୍ରୀନଗର : ଜମ୍ମୁ ଓ କଶ୍ମୀର ଖୁବଶୀଘ୍ର ମୋବାଇଲ ଏସଏମଏସ ସେବା ଆରମ୍ଭ କରିବାକୁ ସରକାର ବିଚାର କରୁଛନ୍ତି । ତେବେ ମୋବାଇଲ ଇଣ୍ଟରନେଟ ସେବା ଆଉ କିଛି ଦିନ ପାଇଁ ବନ୍ଦ ରହିବ ।
ଗତ ଅଗଷ୍ଟ ୫ରେ ଧାରା ୩୭୦ ପ୍ରତ୍ୟାହାର ପରେ ସରକାର ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲେ । ତେବେ ଗତ ମାସରେ ସରକାର ପୋଷ୍ଟପେଡ ସେବା ସହ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରିଥିଲେ । ତେବେ ସୁରକ୍ଷା କାରଣରୁ ମାତ୍ର କିଛି ଘଣ୍ଟାପରେ ଏସଏମଏସ ସେବାକୁ ପୁଣି ବନ୍ଦ କରିଦେଇଥିଲେ । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ ଓ କଶ୍ମୀର ସ୍ଥିତିର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଏସଏମଏସ ସେବା ଆରମ୍ଭ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ, ଡିଜିପି ଯୋଗ ଦେଇଥିଲେ ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର