ନୂଆଦିଲ୍ଲୀ: ନିକଟରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିମଧ୍ୟରେ ଲୋକପ୍ରିୟ ଆପ୍ ଟିକ-ଟକ, ୟୁସି ବ୍ରାଉଜର ଏବଂ ସେୟାରାଇଟ୍ ଭଳି ଅଧିକ ବ୍ୟବହୃତ ହେଉଥିବା ଆପ ଅନ୍ତର୍ଭୁକ୍ତ, ଯାହା ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଥିଲା | ଲଦାଖରେ ଚୀନ୍ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ସରକାର ଚୀନର ୫୯ ଆପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ |
ବର୍ତ୍ତମାନ ଟିକଟକ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ପ୍ଲେଷ୍ଟୋରରେ ଉପଲବ୍ଧ ନଥିବା ବେଳେ ସାଇବେର ଚୋର ମାନେ ଏହାର ଲାଭ ଉଠାଇବା ଆରମ୍ଭ କରିଛନ୍ତି | ଲୋକମାନଙ୍କର ଟିକ-ଟକ ପ୍ରତି ଭଲପାଇବାକୁ ଦେଖି ସାଇବର ଚୋରମାନେ ଏବେ 'ଟିକ-ଟକ ପ୍ରୋ' ଆପ ଡାଉନଲୋଡ କରିବାର ଲୋଭ ଦେଖାଉଛନ୍ତି | ଏହି ଆପ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ପ୍ଲେଷ୍ଟୋରରେ ଉପଲବ୍ଧ ନଥିବା ବେଳେ ଲୋକଙ୍କ ଫୋନକୁ ଏକ ଲିଙ୍କ ପଠାଇ ଏହି ଆପକୁ ଡାଉନଲୋଡ କରିବା ପାଇଁ ସାଇବେର ଚୋରମାନେ ଚେଷ୍ଟା କରୁଛନ୍ତି | ଯଦି କେହି ସେମାନଙ୍କ ଫାସରେ ପଡି ଆପ ଡାଉନଲୋଡ କରୁଛି, ତେବେ ସେମାନେ ଉକ୍ତ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛନ୍ତି | ଆସୁଥିବା ମେସଜ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏ ନେଇ ଲୋକମାନଙ୍କୁ ସତର୍କ କରାଯାଇଛି | ଏସ୍ଏମ୍ଏସ୍ କିମ୍ବା ହ୍ଵାଟ୍ସଆପରେ ଏଭଳି ବାର୍ତ୍ତା ଗ୍ରହଣ କଲେ ଆପକୁ ଡାଉନଲୋଡ ନକରିବା ପାଇଁ କୁହାଯାଇଛି |
@BlrCityPolice Sir i got a message to download the Pro version of tiktok tr
Thru sms(no.9590139662). Thought of a sharing the same with you pic.twitter.com/JHi0KYIdp4— Akhand Bharat (@IndBraveHeart) July 4, 2020
ଉପଭୋକ୍ତାମାନଙ୍କୁ ପଠାଯାଉଥିବା ବାର୍ତ୍ତାରେ ଏହା କୁହାଯାଉଛି, 'ଟିକଟକ୍ ଭିଡିଓ ଉପଭୋଗ କରନ୍ତୁ ଏବଂ ଭିଡିଓକୁ ପୁନର୍ବାର ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଟିକଟକ୍ କେବଳ (ଟିକଟକ୍ ପ୍ରୋ)ରୂପରେ ଉପଲବ୍ଧ | ତେଣୁ ଦିଆଯାଇଥିବା ଲିଙ୍କରୁ ଏହି ଆପକୁ ଡାଉନଲୋଡ୍ କର | ଏହି ଲିଙ୍କରେ କ୍ଲିକ୍ କରିବା ପରେ, ଏକ ଏପିକେ ଫାଇଲ୍ ଡାଉନଲୋଡ୍ ହୁଏ, ଯାହା ଖୋଲିବା ପରେ ଟିକଟକ୍ ପରି ଏକ ଆଇକନ୍ ଦେଖାଯାଏ | କିନ୍ତୁ ଏହା ଏକ ମାଲୱେର୍ | ଯଦି ଆପଣ ମଧ୍ୟ ଏପରି ବାର୍ତ୍ତା ପାଆନ୍ତି, ତେବେ ହଠାତ୍ ଏହାର ତଳେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ |