କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁ ଉପତ୍ୟକାରେ ଗତ ଦେଢ଼ ମାସ ମଧ୍ୟରେ ୧୦ଟି ଅତ୍ୟନ୍ତ ବିଷାକ୍ତ ସାପ ଧରାପଡ଼ିଛି। ଏଥିରେ ୯ଟି କିଙ୍ଗ କୋବ୍ରା ଏବଂ ଗୋଟିଏ ମୋନୋକଲ୍ କୋବ୍ରା ଅନ୍ତର୍ଭୁକ୍ତ। ଏପରିକି ଏଭରେଷ୍ଟ ଅଂଚଳରେ ବି ସାପ ଧରାପଡ଼ିଛନ୍ତି । ତେବେ କୌଣସି ଅଂଚଳରେ ସାପ ରହିବା ଏକ ସାଧାରଣ ଘଟଣା ହୋଇଥିବାବେଳେ ଏହାକୁ ଏତେ ଗୁରୁତ୍ବ କାହିଁକି ଦିଆଯାଉଛି ? କାହିଁକି ଏହାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକାଶ କରିଛନ୍ତି ?
ସାପଗୁଡ଼ିକ ସାଧାରଣତଃ ନେପାଳର ତରାଇର ଗରମ ଏବଂ ସମତଳ ଅଞ୍ଚଳରେ ଦେଖାଯାଏ, କିନ୍ତୁ ଏବେ ସେମାନେ ପର୍ବତ ଆଡକୁ ମୁହାଁଇଛନ୍ତି। ଏଭରେଷ୍ଟ ପର୍ବତଠାରୁ ୧୬୦ କିଲୋମିଟର ଦୂରରେ ଥିବା କାଠମାଣ୍ଡୁରେ, ଏହି ପରିବର୍ତ୍ତନ କେବଳ ଭୟଙ୍କର ନୁହେଁ ବରଂ ଏକ ଗଭୀର ଜଳବାୟୁ ପରିବର୍ତ୍ତନର ଚେତାବନୀ ମଧ୍ୟ। କାରଣ ସାପ ଏତେ ଥଣ୍ଡା ଅଞ୍ଚଳରେ ରୁହନ୍ତି ନାହିଁ। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି କିଙ୍ଗ କୋବ୍ରା ସାପଗୁଡ଼ିକୁ ଗୁପାଳେଶ୍ୱର, ଭଞ୍ଜ୍ୟାଙ୍ଗ, ସୋଖୋଲ ଏବଂ ଫୁଲଚୌକ ଭଳି ପାହାଡିଆ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଏହି ସାପଗୁଡ଼ିକ ଘର, ଅଗଣା ଏବଂ ଆବାସିକ ଅଞ୍ଚଳରେ ମଧ୍ୟ ପ୍ରବେଶ କରିଥିଲେ। ବନ ବିଭାଗ ଏବଂ ସାପ ଉଦ୍ଧାରକାରୀ ଦଳର ସହାୟତାରେ ସେମାନଙ୍କୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା। କିଛି ଗାଁ ଲୋକ ଜଙ୍ଗଲରେ ସାପର ଅଣ୍ଡା ଏବଂ ବସା ଦେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/08/r2sxyIAFL025rBZ95vX1.jpg)