ସାପ ବି ନିଜକୁ କାମୁଡ଼ି ଆତ୍ମହତ୍ୟା କରିପାରେ ! ଆଶ୍ଚର୍ଯ୍ୟ ମନେ ହେଲେ ବି ସତ

ମନୁଷ୍ୟ ଆତ୍ମହତ୍ୟା କଲେ ଅପରାଧ ବୋଲି ମନାଯାଏ । କିନ୍ତୁ ସାପ ଭଳି ଜୀବ କ’ଣ ଆତ୍ମହତ୍ୟା କରିପାରେ? ଏହାର ଉତ୍ତର ହଁ। ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ ।

ଅଷ୍ଟ୍ରେଲିଆରେ ଘଟିଛି ଏଭଳି ଏକ ଘଟଣା। ବିଭିନ୍ନ ପ୍ରଜାତିର ସାପ ପାଇଁ ବେଶ୍‌ ପ୍ରସିଦ୍ଧ ଅଷ୍ଟ୍ରେଲିଆ । ସେଠାରେ ପ୍ରାୟ ସମୟରେ ଘରେ ସାପ ପଶିଯାଆନ୍ତି । ସେଥିମଧ୍ୟରୁ ପୁଣି ବହୁ ସାପ ବିଷାକ୍ତ ହୋଇଥାଆନ୍ତି । ସାପକୁ ଧରିବା ପାଇଁ ସେମାନେ ବନ ବିଭାଗ କର୍ମଚାରୀମାନଙ୍କୁ ଡାକିଥାଆନ୍ତି । ନିକଟରେ ଅଷ୍ଟ୍ରେଲିଆରେ ଜଣଙ୍କ ଘରେ ସବୁଠାରୁ ବିଷାକ୍ତ ସାପ ଭାବେ ଜଣାଶୁଣା ‘ବ୍ରାଉନ ଟ୍ରି’ ଥିବାର ସୂଚନା ବନ ବିଭାଗ କର୍ମଚାରୀମାନେ ଜାଣିବାକୁ ପାଇଲେ ।

ସଙ୍ଗେ ସଙ୍ଗେ ସେମାନେ ସାପଟିକୁ ଧରିବା ପାଇଁ ଗଲେ । କର୍ମଚାରୀଙ୍କ ଅନୁସାରେ ସେମାନେ ସେଇଠି ପହଞ୍ଚିକି ସାପଟିକୁ ଧରିବାକୁ ଚେଷ୍ଟା କଲେ । କିନ୍ତୁ ସେମାନେ ଦେଖିଲେ କି ସାପଟି ନିଜ ବେକକୁ ନିଜେ କାମୁଡିଛି ଏବଂ ଅଳ୍ପ ସମୟ ପରେ ସେ ସ୍ଥିର ହୋଇଗଲା । କିଛି ସମୟ ପରେ କର୍ମଚାରୀମାନେ ଦେଖିଲେ ଯେ ସାପଟି ମରିଯାଇଥିଲା । କର୍ମଚାରୀଙ୍କ ମତରେ ସାପଟି ଜାଣିପାରିଲା ବୋଧହୁଏ ତାକୁ ଧରାଯିବ, ସେଥିପାଇଁ ସେ ଆତ୍ମହତ୍ୟା କରିଲା।

dailymail

ମନୁଷ୍ୟ ମଧ୍ୟ ଭାବନା କାରଣରୁ ଅବସାଦ ରହିଥାଏ । ଦୁଃଖ ରହିଥାଏ । ସେଥିପାଇଁ ଆତ୍ମହତ୍ୟା କରିବା ପାଇଁ ଭାବିଥାଏ । ସେହିପରି ସାପ ମଧ୍ୟ ଭାବି ନିରାଶ ହେଲା ପରେ ଆତ୍ମହତ୍ୟା କଲା ।

ସମ୍ବନ୍ଧିତ ଖବର