କାର ଇଂଜିନରେ ସାପ, ଫଣା ଦେଖି ତାଜୁବ ହୋଇଗଲେ ଡ୍ରାଇଭର

ତିରୁମାଲା: ଆନ୍ଧ୍ରପ୍ରଦେଶର ତିରୁମାଲାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ଯାହାକୁ ନେଇ ରାସ୍ତାରେ ଯାଉଥିବା ଲୋକମାନେ କିଛି ସମୟ ପାଇଁ ଅଟକି ଯାଇଥିଲେ | ଘଟଣାଟି ଏହିପରି ତିରୁମାଲାର ଜଣେ କାର ଚାଳକ ଯେତେବେଳେ ନିଜ କାରର ଇଂଜିନକୁ ଖୋଲି ଦେଖିଥିଲେ ସେତେବେଲେ ସାପଟିଏ ଏହାରି ଭିତରେ ରହିଥିବାର ଦେଖିବାକୁ ପାଇଥିଲେ | ଯାହାକୁ ନେଇ ଭୟଭୀତ ହୋଇଯାଇଥିଲେ କାର ଚାଳକ | ପରେ ସେ ବନ ବିଭାଗକୁ ଖବର ଦେଇଥିଲେ |

ବନ ବିଭାଗ ଓ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଆସି କାରର ବନେଟକୁ ଖୋଲିଥିଲେ | ଏହା ଭିତରେ ଏକ ବିଷାକ୍ତ ସାପ ଫଣା ଟେକି ବସିଥିବାର ଦେଖିବାକୁ ମିଳିଥିଲା | ବନ କର୍ମଚାରୀମାନେ କୌଶଳତାର ସହ ସାପଟିକୁ ଉଦ୍ଧାର କରିଥିଲେ | ଏହି ସାପଟି ୮ ଫୁଟର ଲମ୍ବା ହୋଇଥିବାବେଳେ କିଭଳି ସାପଟି ଇଂଜିନ ମଧ୍ୟରେ ପଶିଲା ତାହା ଏବେ କୌତୁହଳ ସୃଷ୍ଟି କରିଛି |

କୁହାଯାଉଛି କାରଟି ଏକ ଟ୍ୟାକ୍ସି ହୋଇଥିବାରୁ ଜଙ୍ଗଲ ରାସ୍ତା ଦେଇ ଗଲାବେଳେ କାରର ଚକ ମଧ୍ୟ ଦେଇ ଏହି ସାପଟି ଇଞ୍ଜିନକୁ ଚାଲିଯାଇଥିଲା | ପରେ କିନ୍ତୁ ସାପଟି ବାହାରିପାରିନଥିଲା | ପରେ ବନ ବିଭାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି |

ସମ୍ବନ୍ଧିତ ଖବର