ହଠାତ୍‌ ଘରକୁ ସାପ ପଶି ଆସିବାରୁ ମାରିବା ପାଇଁ ଦେଶୀ ପିସ୍ତଲ ବାହାର କଲେ ଯୁବକ, ସାପକୁ ଲକ୍ଷ୍ୟ କରି ମାରିଲେ ୩ଟି ଗୁଳି, କିନ୍ତୁ..

ଅଲିରାଜପୁର(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଅଲିରାଜପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସାପକୁ ମାରିବାକୁ ଯାଇ ଯୁବକ ଜଣଙ୍କ ଗୁଳି ଚଳାଇବା ପରେ ଯାହା ଘଟିଥିଲା,ସେହି ଭୁଲକୁ ବୋଧହୁଏ ପରିବାର ଲୋକେ କେବେ ହେଲେ ଭୁଲି ପାରିବେ ନାହିଁ ।

ସୂଚନା ମୁତାବକ, ରବିବାର ମଧ୍ୟାହ୍ଣ ସମୟରେ ଅଲିରାଜପୁରରେ ରହୁଥିବା କୁଅଁର ସିଂହଙ୍କ ଘରକୁ ସାପ ପଶି ଆସିଥିଲା । ସାପକୁ ମାରିବା ପାଇଁ କୁଅଁର ସିଂହ ଘରେ ଥିବା ଦେଶୀ ପିସ୍ତଲ ଆଣି ସାପ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଗୁଳିଟି ସାପ ଦେହରେ ବାଜି ପରିବର୍ତ୍ତେ ସାମ୍ନାରେ ଥିବା ତାଙ୍କ ସ୍ତ୍ରୀ ବାଲି ବାଇଙ୍କ ପେଟ ଏବଂ ଗୋଡ଼ରେ ବାଜିଥିଲା । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ବାଲି ବାଇଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଘଟଣା ପରେ କୁଅଁର ସିଂହଙ୍କ ଝିଅ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର