ଥାଇଲ୍ୟାଣ୍ଡ: ଆପଣ ଆଇସ୍କ୍ରିମ୍ ଖାଇବାକୁ ଭଲ ପାଆନ୍ତି କି ? ଯଦି ଆପଣ ଆ ଆଇସ୍କ୍ରିମ୍ ପ୍ରେମୀ ତାହାଲେ  ଆଇସ୍କ୍ରିମ୍ ଖାଇବା ଆଗରୁ ଭଲରେ ଭାବନ୍ତୁ, ଭଲରେ ଦେଖନ୍ତୁ ପରେ ଖାଆନ୍ତୁ । କାରଣ  ଆଇସ୍କ୍ରିମରୁ ବାହାରିପାରେ ସାପ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ପୂର୍ବରୁ  ଆଇସ୍କ୍ରିମରେ କଟା ଆଙ୍ଗୁଠି ବାହାରିଥିବା ଆପଣ ଶୁଣିଥିବେ ଆଉ ଏବେ ସାପ କଥା ଶୁଣି  ଆଇସ୍କ୍ରିମ୍ ଖାଇବା ଆଗରୁ ଥରେ ପରଖି ନିଅନ୍ତୁ । 

Advertisment

ତେବେ ଘଟଣାଟି ହେଉଛି ସୁଦୂର ଥାଇଲ୍ୟାଣ୍ଡର । ଥାଇଲ୍ୟାଣ୍ଡ ମୁୱାଙ୍ଗ ରଟଚାବୁରୀ ଅଞ୍ଚଳରେ ରହୁଥିବା ଯୁବକ ରେବାନ୍ ନକ୍ଲିୟାଙ୍ଗବୁନ୍ ଦୋକାନରୁ ଗୋଟିଏ ବ୍ଲାକ୍ ବିନ୍ ଆଇସକ୍ରିମ୍ କିଣି ଯେତେବେଳେ କଭର୍ ଖୋଲିଥିଲେ , ତାଙ୍କ ଲୋମ ଟାଙ୍କୁରି ଉଠିଥିଲା । ସେ ଗୋଟିଏ ମଲା ସାପ ଆଇସକ୍ରିମରେ ଜମିଥିବା ଦେଖିବାକୁ ପାଇଲେ । ରୋଚକ କଥା ହେଉଛି , ସାପଟି କୌଣସି ସାଧାରଣ ପ୍ରଜାତିର ସାପ ନୁହଁ ବରଂ ଗୋଲ୍ଡେନ୍ ଟ୍ରି ସ୍ନେକ୍ ଥିଲା । ଯାହାର ଲମ୍ବ ପାଖାପାଖି ୭୦ ରୁ ୧୩୦ ସେ.ମିର ହୋଇଥାଏ । କିନ୍ତୁ ଆଇସକ୍ରିମରେ ଜମିଥିବା ସାପଟିର ଲମ୍ବ ୨୦ ରୁ ୪୦ ସେ.ମିର ଥିଲା । ଯେଉଁଥିରୁ ଜଣାପଡୁଛି ଯେ ଏହା ଏକ ସାପ ଛୁଆ ।

ସୋସିଆଲ୍ ମିଡିଆରେ ଆଇସକ୍ରିମ୍ ର ଫଟୋ ଭାଇରାଲ୍ ହେବା ପରେ ଲୋକ ଭୟରେ ଅଛନ୍ତି । ଭାଇରାଲ୍ ଫଟୋକୁ ନେଇ କିଏ କେତେପ୍ରକାର ଟିପ୍ପଣୀ ଦେଉଛନ୍ତି । କିଏ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି ତ ଆଉ କିଏ ମଜାରେ ଫ୍ରି ପ୍ରୋଟିନ୍ ସପ୍ଲିମେଣ୍ଟ୍ ମିଳିଥିବା କଥା କହୁଛନ୍ତି ।