କନ୍ନୁର: କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥ୍‌ରେ ଭିଭିପ୍ୟାଟ ମେସିନ୍‌ ଭିତରେ ସାପ ଥିବା ଦେଖିବାକୁ ମିିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା ଭିଭିପ୍ୟାଟ ମେସିନ୍‌ରେ ସାପ ଦେଖିବାକୁ ପାଇଥିଲେ। ଯାହାପରେ ସେଠାରେ ଲାଇନ୍‌ରେ ଛିଡା ହୋଇଥିବା ମତଦାତା ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

Advertisment

publive-image

ସାପକୁ ଯଥା ଶୀଘ୍ର ସେଠାରୁ ହଟାଇ ଦିଆଯାଇଥିଲେ। ଏହି କାରଣରୁ ମତଦାନରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା। ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି କି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶର ୧୧୭ ସିଟ୍‌ ପାଇଁ ଭୋଟ ଦିଆଯାଉଛି।

କନ୍ନୁର ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ସାଂସଦ ପି କେ ଶ୍ରୀଦେମି (ସିପିଆଇ-ଏମ୍‌-ଏଲଡିଏଫ), କେ ସୁରେନ୍ଦ୍ରନ (କଂଗ୍ରେସ-ୟୁଡିଏଫ୍‌) ଓ ସି କେ ପଦ୍ମାନାଭନ (ଭାଜପା-ଏନ୍‌ଡିଏ)ଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି କେରଳର ଓ୍ନାଏନାଡ ସିଟ୍‌ରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି। ଏବେ ବି ଏହି ସିଟ୍‌ରେ ମତଦାନ ଜାରି ରହିଛି।