ନୂଆଦିଲ୍ଲୀ: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସୌଭାଗ୍ୟବଶତଃ ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗଣମାଧ୍ୟମ ସହିତ କଥା ହେଉଥିବା ବେଳେ ତାଙ୍କ ଗୋଡ଼ ପାଖକୁ ଏକ ସାପ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ସାପକୁ ଘଟଣାସ୍ଥଳରେ ଦେଖି ମୁଖ୍ୟମନ୍ତ୍ରୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ।
ଲୋକେ ସାପକୁ ମାରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଲେ, ‘ରହିଯାଅ, ସାପକୁ ମାରନାହିଁ.. ତାକୁ ତା’ବାଟରେ ଯିବାକୁ ଦିଅ। ପିଲାଦିନେ ଆମେ ଏହି ସାପକୁ ପେକେଟରେ ପୂରାଇ ବୁଲୁଥିଲୁ। ପୁଣି ଏବେ ଶ୍ରାବଣ ମାସ ଚାଲିଛି। ତାକୁ ମାର ନାହିଁ।’
ଏମିତି ଏକ ଘଟଣା ଗତ ଶନିବାର ପଞ୍ଜାବର ଶିକ୍ଷାମନ୍ତ୍ରୀଙ୍କ ସହିତ ଘଟିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏକ ପୋଷ୍ଟ ସେୟାର କରି ପଞ୍ଜାବର ଶିକ୍ଷାମନ୍ତ୍ରୀ ଲେଖିଥିଲେ, ‘ଇଶ୍ବରଙ୍କ କୃପାରୁ ମୋର ଅଞ୍ଚଳର ଶ୍ରୀ ଆନନ୍ଦପୁର ସାହିବରେ ବନ୍ୟା ପରିସ୍ଥିତି ସୁଧିବାରେ ଲାଗିଛି। ଅଗଷ୍ଟ ୧୫ରେ ମୋତେ ବିଧାନସଭାମଣ୍ଡଳୀର ଗ୍ରାମ ଜଳଭରାବ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ମୁଁ ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିନରାତି ଲୋକଙ୍କ ସେବା କରିବାରେ ଲାଗିଗଲି।
ବନ୍ୟା ପଭାବିତ ଅଞ୍ଚଳ ବୁଲି ଦେଖୁଥିବା ବେଳେ ମୋର ଗୋଡ଼କୁ ଏକ ବିଷଧର ସର୍ପ ଦଂଶନ କରିଥିଲା । ଏହାପରେ ମୁଁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଇଶ୍ବରଙ୍କ କୃପାରୁ, ଆଶୀର୍ବାଦ, ପ୍ରାର୍ଥନା ଓ ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ମୁଁ ଆଜି ଜୀବିତ ଅଛି।’