କୁକୁଡ଼ା ଖାଇବାକୁ ଯାଉଥିବା ବେଳେ ପିଞ୍ଜରା ତାର ଭିତରେ ଫସିଗଲା ସାପ, ଉଦ୍ଧାର ପାଇଁ ଆସିଲା ବନବିଭାଗ

ନୂଆଦିଲ୍ଲୀ : ମାଇ ଏବଂ ଅଣ୍ଡିରା କୁକୁଡ଼ାକୁ ନିଜର ଶିକାର କରିବା ପାଇଁ ଯାଉଥିଲା ସାପ । ହେଲେ ତାକୁ ଜଣା ନଥିଲା ସେ ନିଜେ ହିଁ ଜୀବନ-ମରଣକୁ ନେଇ ସଂଘର୍ଷ କରିବ । ଦୁଇଟି କୁକୁଡ଼ାକୁ ବଡ଼ ପିଞ୍ଜରା ଭିତରେ ରଖା ଯାଇଥିବା ବେଳେ ସେମାନଙ୍କୁ ଖାଇବାକୁ ପହଞ୍ଚିଥିଲା ସାପ । ଦୁଇ ଦୁଇଟି କୁକୁଡ଼ାକୁ ଆଖି ଆଗରେ ଦେଖି ଭୁରି ଭୋଜନ କରିବାର ସ୍ୱପ୍ନ ଦେଖିଥିବା ସାପର ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯାଇଥିଲା । କୁକୁଡ଼ାକୁ ଖାଇବାକୁ ଯାଇ ଲାଗିଥିବା ଲୁହା ଜାଲରେ ଫସି ଯାଇଥିଲା ସାପ ।

oneindia.com

ଯେତେ ଚେଷ୍ଟା କରି ମଧ୍ୟ ଭିତରକୁ କି ବାହାରକୁ ମଧ୍ୟ ଆସି ପାରି ନଥିଲା । ଅନ୍ୟ ପକ୍ଷରେ ସାପକୁ ଦେଖି ଗୋଟେ ପାର୍ଶ୍ୱରେ ଡ଼ରି ବସିଥିଲେ ମାଇ ଏବଂ ଅଣ୍ଡିରା କୁକୁଡ଼ା । ସାପର ପରିସ୍ଥିତି ଦେଖି ଲୋକମାନେ ବନବିଭାଗ କର୍ମଚାରୀଙ୍କୁ ଡ଼ାକିବା ପରେ ସାପକୁ ଉଦ୍ଧାର କରାଯାଇଥିଲା । ଏବେ ସାପର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି ।

ସମ୍ବନ୍ଧିତ ଖବର