ମେରଟ: ଉତ୍ତରପ୍ରଦେଶର ମିରଟ ବାସିନ୍ଦା ସ୍ନେହା ଦିୱାନ ମିସେସ୍ ଇଣ୍ଡିଆ ଏସିଆ ୨୦୨୫ ସିଜନ-୩ର ଟାଇଟଲ୍ ଜିତି ଯାଇଛନ୍ତି। ଏଥିସହିତ ତାଙ୍କୁ ମିସେସ୍ ଫ୍ୟାଶନିଷ୍ଟାର ଟାଇଟଲ୍ ମଧ୍ୟ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ସମଗ୍ର ଏସିଆରୁ ୧୫,୦୦୦ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ୭୨ ଜଣଙ୍କୁ ଫାଇନାଲ୍ ପାଇଁ ମନୋନୀତ କରାଯାଇଥିଲା।ନୂଆଦିଲ୍ଲୀରେ ଫ୍ୟାସନ୍ ମେରାକି ଦ୍ୱାରା ଆୟୋଜିତ ଗ୍ରାଣ୍ଡ ଫିନାଲେରେ ସ୍ନେହା ଆତ୍ମବିଶ୍ୱାସ, ସୌଜନ୍ୟ ଏବଂ ଦୃଢ଼ତାର ସହିତ ନିଜର ଦମଦାର ପ୍ରଦର୍ଶନ କରିଥିଲେ। ଗ୍ରୁମିଂ, ରାମ୍ପ ୱାକ୍, ଫଟୋସୁଟ୍ ଏବଂ ଟ୍ୟାଲେଣ୍ଟ ରାଉଣ୍ଡର ଚ୍ୟାଲେଞ୍ଜିଂ ପର୍ଯ୍ୟାୟରେ ତାଙ୍କର ପ୍ରତିଭା ଏବଂ ବ୍ୟକ୍ତିତ୍ୱ ବିଚାରକମାନଙ୍କୁ ଖୁବ ପ୍ରଭାବିତ କରିଥିଲା।
ସ୍ନେହା ଦିୱାନ ନିଜର ଏହି ସଫଳକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ବିଜୟ କେବଳ ମୋର ନୁହେଁ ବରଂ ବିବାହ ପରେ ମଧ୍ୟ ନିଜ ସ୍ୱପ୍ନକୁ ପୂରଣ କରିବାର ସାହସ ରଖୁଥିବା ସମସ୍ତ ମହିଳାଙ୍କର। ମୁଁ ଚାହେଁ ଯେ ପ୍ରତ୍ୟେକ ମହିଳା ବିଶ୍ୱାସ ରଖିବା ଉଚିତ କି ଯଦି ଆମେ କୌଣସି କ୍ଷେତ୍ରରେ କଠିନ ପରିଶ୍ରମ କରିବା ସହିତ ନିଜ ଉପରେ ଆତ୍ମବିଶ୍ବାସ ରଖିବା ତେବେ ଦେଖିଥିବା ସ୍ବପ୍ନ ଅଧୁରା ହୋଇ ରହିବ ନାହିଁ।ମୋର ଏହି ସଫଳତାର ଶ୍ରେୟ ମୁଁ ପ୍ରଥମେ ମୋ ସ୍ୱାମୀଙ୍କୁ ଦେବାକୁ ଚାହିଁବି।’
ସ୍ନେହାଙ୍କ ସ୍ୱାମୀ ରିଷି ଦିୱାନ ସ୍ତ୍ରୀଙ୍କ ସଫଳତାରେ ଆଖି ଛଳଛଳ କରି କହିଥିଲେ, ‘ପ୍ରତ୍ୟେକ ସମ୍ପର୍କ ଏକ ବିଶ୍ୱାସ ଦେଇ ଆଗକୁ ବଢ଼ିଥାଏ । ଯାହାକି ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରେ ରହିବା ଉଚିତ। ସ୍ତ୍ରୀଙ୍କ କଠିନ ପରିଶ୍ରମର ଫଳସ୍ୱରୂପ ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିପାରିଛନ୍ତି। ସ୍ନେହାର ଏହି ସଫଳତା କେବଳ ମିରଟର ସମ୍ମାନ ବୃଦ୍ଧି କରିନାହିଁ ବରଂ ଅଗଣିତ ମହିଳାଙ୍କୁ ଆତ୍ମବିଶ୍ୱାସର ସହିତ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ପ୍ରେରଣା ଦେଇଛି।’