ଲୋକସଭାର ପ୍ରଥମ ମହିଳା ସେକ୍ରେଟାରି ଜେନେରାଲ ଭାବେ ନିଯୁକ୍ତି ପାଇଲେ ସ୍ନେହଲତା ଶ୍ରୀବାସ୍ତବ

ନୂଆଦିଲ୍ଲୀ: ୧୯୮୨ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସ୍ନେହଲତା ଶ୍ରୀବାସ୍ତବଙ୍କୁ ଲୋକସଭାର ନୂତନ ସେକ୍ରେଟାରି ଜେନେରାଲ ଭାବେ ଆଜି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ହେବେ। ବର୍ତ୍ତମାନ ଲୋକସଭାର ସେକ୍ରେଟାରି ଜେନେରାଲ ଥିବା ଅନୁପ୍‌ ମିଶ୍ର ଆସନ୍ତା ନଭେମ୍ବର ୩୦ରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ନବ ନିଯୁକ୍ତ ସେକ୍ରେଟାରି ଜେନେରାଲ ଶ୍ରୀମତି ଶ୍ରୀବାସ୍ତବ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି।

ସ୍ନେହଲତା ଶ୍ରୀବାସ୍ତବ ହେଉଛନ୍ତି, ମଧ୍ୟପ୍ରଦେଶ କ୍ୟାଡର୍‌ର ବରିଷ୍ଠ ମହିଳା ଆଇଏଏସ୍‌ ଅଧିକାରୀ। ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି। ମଧ୍ୟପ୍ରଦେଶ ସରକାରଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବା ସହ କେନ୍ଦ୍ର ସରକାରଙ୍କ ଆଇନ୍‌ ମନ୍ତ୍ରାଳୟରେ ସଚିବ ଏବଂ ଅର୍ଥ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରି ନିଜ କର୍ମ ଦକ୍ଷତାର ପରିଚୟ ଦେଇଛନ୍ତି।

ସମ୍ବନ୍ଧିତ ଖବର