ଏହି କାରଣ ପାଇଁ ବିଳମ୍ବ ହେବ ଭାରତୀୟ ସେନା ପାଇଁ ସ୍ନାଇପର ରାଇଫଲ କିଣା

ନୂଆଦିଲ୍ଲୀ : ନିଜର ସେନା ପାଇଁ ଅତ୍ୟାଧୁନିକ ସ୍ନାଇପର ରାଇଫଲ କିଣା ଉଦ୍ୟମ ଆଗରେ ଏକ ପ୍ରତିବନ୍ଧକ ଦେଖାଦେଇଛି । ଭାରତୀୟ ସେନା ପାଇଁ ମୋଟ ୫୭୦୦ଟି ହାଇ ପ୍ରେସିସନ ସ୍ନାଇପର ରାଇଫଲ ଖରିଦ କରିବାକୁ କିଛି ମାସ ତଳେ ପ୍ରତିରକ୍ଷା ମନ୍ତ୍ରାଳୟ ଟେଣ୍ଡର ଆହ୍ଵାନ କରିଥିଲା । ଏହି ଟେଣ୍ଡର ପ୍ରତି ବିଶ୍ୱର ପ୍ରମୁଖ ସ୍ନାଇପର ରାଇଫଲ କମ୍ପାନିମାନେ ଉତ୍ସାହ ମଧ୍ୟ ଦେଖାଇଛନ୍ତି । ମୋଟ ୨୦ଟି କମ୍ପାନି ଏହି ରାଇଫଲ ଯୋଗାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ।

କିନ୍ତୁ ସମସ୍ୟା ହେଲା ଏହି କମ୍ପାନିମାନେ କେବଳ ରାଇଫଲ ତିଆରି କରନ୍ତି, କିନ୍ତୁ ସେଥିରେ ଲାଗିଥିବା ଗୁଳି ତିଆରି କରନ୍ତି ନାହିଁ । କିନ୍ତୁ ସରକାର ଗୋଟିଏ କମ୍ପାନିଠାରୁ ରାଇଫଲ ଓ ଗୁଳି କିଣିବାକୁ ଚାହୁଁଛନ୍ତି । ଏଥିପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରି ପୁଣି ଥରେ ନୂଆ ଟେଣ୍ଡର ଆାହ୍ଵାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି ।

ଏଥର ଦୁଇଟି ଆରଏଫପି (ରିକ୍ୱେଷ୍ଟ ଫର ପ୍ରୋପଜାଲ) ଜାରି କରାଯିବ । ଗୋଟିକରେ ରାଇଫଲ ଓ ଅନ୍ୟଟିରେ ଗୁଳି ପାଇଁ ଆରଏଫପି ଜାରି କରାଯିବ । ଏଥିରେ ମଧ୍ୟ ପ୍ରଯୁକ୍ତି ହସ୍ତାନ୍ତର ଓ ଭାରତରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ପ୍ରସ୍ତାବ ରହିବ ।

ସମ୍ବନ୍ଧିତ ଖବର