ଶ୍ରୀନଗର: ଜାମ୍ମୁକାଶ୍ମୀର ରାଜୌରୀରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି ବରଫ ବର୍ଷା । ପୀରପଂଜାଲ ପାର୍ବତ୍ୟମାଳାରେ ଚଳିତ ବର୍ଷ ଆଗୁଆ ହିମପାତ ଆରମ୍ଭ ହୋଇଥିବାରୁ ଏବେ ଏହି ଅଂଚଳର ଲାଇଫ୍ ଲାଇନ୍ ମୋଗଲ୍ ରୋଡ୍ ଉପରେ ଜମି ରହିଛି ବରଫର ବହଳିଆ ଆସ୍ତରଣ । ବରଫ ସଫା କରି ରାସ୍ତା ଫିଟାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଉଦ୍ୟମ ।
#WATCH Snow being cleared on Mughal Road in Rajouri after Pir Panjal range received heavy snowfall. #JammuandKashmir pic.twitter.com/l9bcVHpax8
— ANI (@ANI) November 21, 2019
ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ ବଡ ବଡ ମେସିନ୍ ସହାୟତାରେ ଚାଲିଛି ବରଫ ସଫେଇ କାମ । ଏହି ଅଂଚଳରେ ରହିଛି ପ୍ରସିଦ୍ଧ ସନ୍ଥ ବାବା ଅବଦୁଲ୍ କରିମଙ୍କ ମନ୍ଦିର । ଯାହାକୁ ସଂଯୋଗ କରୁଥିବା ରାସ୍ତା ବରଫ ଚାଦରରେ ବୁଡି ରହିଛି । ଏହି ସବୁ ଅଂଚଳକୁ ଏବେ ବାଟ ଫିଟାଇବା ପାଇଁ ଉଦ୍ୟମ ଚାଲିଛି ।
ରାସ୍ତା ସଫେଇର ଏପରି ଉଦ୍ୟମକୁ ଅଂଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି । ଚାରିଆଡେ ବରଫରେ ଢାଙ୍କି ହୋଇ ଜୀବନ ଯାତ୍ରା ଠପ୍ ହୋଇଥିବା ବେଳେ ଯେତେ ଶୀଘ୍ର ଏହି ରାସ୍ତା ସଫେଇ କାମ ଶେଷ ହେବ ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।