ନୂଆଦିଲ୍ଲୀ: ଭାରତ-ତୀବ୍ବତ ସୀମା ପୁଲିସ (ଆଇଟିବିପି) ୮ ବର୍ଷ ବୟସ୍କା ମାଈ ବେଲ୍ଜିଆନ୍ ମାଲିନୋଇସ୍ କୁକୁର ‘ସ୍ନୋୟୀ’କୁ ‘ବେଷ୍ଟ ଡଗ୍’ ସମ୍ମାନରେ ସମ୍ମାନିତ କରିଛି। କାରଣ ସ୍ନୋୟୀ ସେପ୍ଟେମ୍ବର ୨୭ ତାରିଖରେ ଛତିଶଗଡ଼ର ବକରକଟା ଅଞ୍ଚଳରୁ ପାଟ୍ରୋଲିଂ ସମୟରେ ୫୦ କେଜି ବିସ୍ଫୋରକ ଠାବ କରି ୨୫ ଯବାନଙ୍କ ଜୀବନ ବଞ୍ଚେଇଥିଲା। ଏହି ଆଇଇଡି ବିସ୍ଫୋରକ ଜବତ ହେବା ପରେ ବୋମା ସ୍କ୍ବାଡ୍ ଆଉ ୫ଟି ଆଇଇଡି ଠାବ କରିବାର ସୁଯୋଗ ପାଇଥିଲେ ଏବଂ ପ୍ରତ୍ୟେକ ଥିଲା ୫୦ କେଜି ବିଶିଷ୍ଟ ବିସ୍ଫୋରକ। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ମୁତୟନ ହୋଇଥିବା ଏକ ଘୋଡ଼ା ଚାମ୍ପିୟନକୁ ମଧ୍ୟ ଆଇଟିବିପି ତରଫରୁ ‘ବେଷ୍ଟ ହର୍ସ’ ସମ୍ମାନ ଦିଆଯାଇଛି। ଆଇଟିବିପି ମହାନିର୍ଦ୍ଦେଶକ ସଂଜୟ ଆରୋରା ସ୍ନୋୟୀ ଓ ଚାମ୍ପିୟନକୁ ଶନିବାର ଆନୁଆଲ ଡିଜିଜ୍ ପରେଡ୍ରେ ସ୍ବତନ୍ତ୍ର ମେଡାଲ ପ୍ରଦାନ କରିଥିଲେ। ୨୦୧୬ରୁ ଆଇଟିବିପି ଉକ୍ତ ବେଷ୍ଟ ଡଗ୍ ଓ ବେଷ୍ଟ ହର୍ସ ସମ୍ମାନ ପ୍ରଦାନ କରିଆସୁଛି।
୫୦ କେଜି ବିସ୍ଫୋରକ ଠାବ କରି ୨୫ ଯବାନଙ୍କ ଜୀବନ ରକ୍ଷା କରିଥିବା ସ୍ନୋୟୀକୁ ‘ବେଷ୍ଟ ଡଗ୍’ ସମ୍ମାନ
/sambad/media/post_attachments/wp-content/uploads/2021/10/654fh654sf564f65fhfhsfhsfh.jpg)