ଆଲବାନି: ଆମେରିକାର ପଶ୍ଚିମ ନ୍ୟୁୟର୍କ ରାଜ୍ୟରେ ଶନିବାର ଐତିହାସିକ ଓ ଅଭୂତପୂର୍ବ ବରଫଝଡ଼ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ରାସ୍ତାଘାଟ ଛଅଫୁଟ ବରଫରେ ପୋତିହୋଇ ରହିଛି। ଗମନାଗମନ ବନ୍ଦ ହୋଇଯାଇଛି। ବଫାଲୋ ଅଞ୍ଚଳରେ ଅନେକ ବିମାନ ବାତିଲ କରାଯାଇଛି। ବରଫପାତ ଯୋଗୁ ଡାକ୍ତରଖାନା ଯାଇ ନ ପାରିବାରୁ ଦୁଇଜଣ ହୃ୍ଦ୍ରୋଗୀଙ୍କର ମୃତ୍ୟୁ ଘଟିଛି। ବରଫଝଡ଼ ସମୟରେ ୨୮୦ରୁ ଅଧିକ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଇଛି।
ନ୍ୟୁୟର୍କରେ ତୁଷାରଝଡ଼
/sambad/media/post_attachments/wp-content/uploads/2022/11/s5f64h65h46fh4f6h5f.jpg)