ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲ୍କିୟାରାଠାରେ ଧାନସୀ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ଅଭିଯାନର ଆଜି (ନଭେମ୍ବର ୨୭) ହେଉଛି ୧୬ତମ ଦିନ। ୮୦ ସେଣ୍ଟିମିଟର ବ୍ୟାସରର ଶେଷ ୧୦ ମିଟର ପାଇପ୍ କୁ ହଟାଇବା ପାଇଁ ଗତ ୪ ଦିନ ହେଲା ଖନନ କାର୍ଯ୍ୟ ଶେଷ ହୋଇନଥିବାରୁ ଡ୍ରିଲିଂ ଅଗର ମେସିନ୍ ଭାଙ୍ଗି ଭିତରକୁ ଫସି ଯାଇଛି। ସେପଟେ ଉଦ୍ଧାର କାର୍ଯ୍ୟ ଆଗରେ ଆଉ ଏକ ବଡ଼ ପ୍ରତିବନ୍ଧକ ଆସିବାକୁ ଯାଉଛି । ତାହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ।
ଉତ୍ତରାଖଣ୍ଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସୋମବାରଠାରୁ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ତୁଷାରପାତ ହେବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି, ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ଆହୁରି କଷ୍ଟକର ହୋଇପାରେ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ପଶ୍ଚିମ ବିକ୍ଷୋଭ ଯୋଗୁଁ ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ପିଥୋରାଗଡ଼ ଏବଂ ଆଲମୋଡ଼ାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ତୁଷାରପାତ ହେବ। ସିଲକିୟାରା, ବଡକୋଟ ହେଉଛି ଉତ୍ତରକାଶୀ ଅଞ୍ଚଳ ଯେଉଁଠାରେ ପ୍ରବଳ ତୁଷାରପାତ ହୋଇଥାଏ ।
ଏପରି ହେଲେ ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ ଉଦ୍ଧାରକାର୍ଯ୍ୟ । କାରଣ ତୁଷାରପାତ ହେଲେ ଡ୍ରିଲିଂ କରିବା କିମ୍ବା ପାଇପ ପକାଇବା କାମ ଅଟକିଯାଇପାରେ ।