ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିଥିବା ବେଳେ ସୋଚିର ବ୍ଲାକ ସି ରିସର୍ଟରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆନ୍ତର୍ଜାତିକ ରଣନୀତି, ଆତଙ୍କବାଦ, ସାମରିକ, ଆର୍ଥିକ, କୂଟନୈତିକ ଆଦି ବିଭିନ୍ନ ପ୍ରସଙ୍ଗରେ ଆେଲୋଚନା ହୋଇଥିବା ଜଣାପଡ଼ିଛି। ନିକଟରେ ପୁଟିନ ଲଗାତାର ଚତୁର୍ଥ ଥର ପାଇଁ ରୁଷ୍ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଭାରତ-ରୁଷ୍ ଆଲୋଚନା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଭାରତ-ରୁଷ ସମ୍ପର୍କକୁ ଆମେରିକା ସହଜରେ ଗ୍ରହଣ କରୁନଥିବା ବେଳେ ଏହି ସମ୍ପର୍କ କିନ୍ତୁ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଷ୍ଟକହୋମ୍ର ଏକ ଗବେଷଣା ପ୍ରତିଷ୍ଠାନର ରିପୋର୍ଟ ମୁତାବକ, ପ୍ରାୟ ୬୨ ପ୍ରତିଶତ ଯୁଦ୍ଧାସ୍ତ୍ର ପାଇଁ ଭାରତ ରୁଷ୍ ଉପରେ ନିର୍ଭରଶୀଳ। ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିିକ ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ ହୋଇଛି। ରୁଷ୍ ଏକ କ୍ଷମତାଶାଳୀ ରାଷ୍ଟ୍ର ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ ହେଲେ ଭାରତର ଅର୍ଥନୀତି ମଧ୍ୟ ମଜବୁତ ହୋଇପାରିବ। ଶାନ୍ତିପୂର୍ଣ୍ଣ ଉପାୟରେ ପରମାଣୁ ଶକ୍ତି ବିକଶିତ କରିବା ଓ ଏଥିରେ ଉଭୟ ଦେଶର ସହଯୋଗିତା ପାଇଁ ୨୦୧୪ ମସିହାରେ ରୁଷ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସୋଚିରେ ମୋଦି-ପୁଟିନ ଆଲୋଚନା:ଭାରତ-ରୁଷ୍ ସମ୍ପର୍କ ସୁଦୃଢ ହେବ
/sambad/media/post_attachments/wp-content/uploads/2018/05/MODI-PUTIN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)