ଇମ୍ରାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ପାକିସ୍ତାନ ନିର୍ବାଚନ ଆୟୋଗ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋଟିସ ଦେଲେ ନିର୍ବାଚନ ଆୟୋଗ | ନିର୍ଦ୍ଧାରିତ ସମୟ ମଧ୍ୟରେ ଇମ୍ରାନ ଖାନ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରେ ଆଭ୍ୟନ୍ତରୀଣ ନିର୍ବାଚନ କରିନଥିବାରୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଡନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିର୍ବାଚନ କମିଶନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ନିର୍ବାଚନ ଅଧିନିୟମ, ୨୦୧୭ ର ଧାରା ୨୧୫ (୪) ଅନୁଯାୟୀ ନୋଟିସ ଜାରି କରିଛନ୍ତି। ତାଙ୍କୁ ୧୪ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ପଡିବ ଏବଂ ଏପରି ନ ହେଲେ ନିର୍ବାଚନ ଆୟୋଗ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଚେତାବନୀ ଦିଆଯାଇଛି।

ସୂଚନା ଥାଉ କି ଯେ ଜୁନ୍ ୧୩ ରେ ହେବାକୁ ଥିବା ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର ଥିଲା | କିନ୍ତୁ ଇମ୍ରାନ ଏ ପର୍ଯ୍ୟନ୍ତ ନିଜ ଦଳର ନିର୍ବାଚନ କରାଇନାହାନ୍ତି | ପାକିସ୍ତାନରେ ଇମ୍ରାନ ଖାନଙ୍କ ଦଳ ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ଅନ୍ୟ ଦୁଇ ଦଳଙ୍କୁ ଆଭ୍ୟନ୍ତରୀଣ ନିର୍ବାଚନ ନକରିବାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର