କରୋନା ସଂକ୍ରମଣକୁ ରୋକିବାପାଇଁ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଆବଶ୍ୟକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ‌ବ୍ୟା‌ପିବାକୁ ରୋକିବାପାଇଁ ଏବଂ ନୂଆ ସଂକ୍ରମଣ ବୃଦ୍ଧି ନହେବା ପାଇଁ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଆବଶ୍ୟକ ‌ହୋଇପାରେ ବୋଲି ଏକ ନୂଆ ହାଭାର୍ଡ‌୍ ଅଧ୍ୟୟନରେ ଦାବି କରାଯାଇଛି। ବ‌ିଶେଷଜ୍ଞଙ୍କ କହିବା ଅନୁଯାୟୀ ଏକ ସଙ୍ଗରେ ସାମାଜିକ ଦୂରତା ଉଠାଇବା ବିପଜ୍ଜନକ ହେବ। ଏହାଦ୍ବାରା ଏକସଙ୍ଗେ ସଂକ୍ରମଣ ବୃଦ୍ଧି ନହୋଇପାରେ କିନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସଂକ୍ରମଣ ବୃଦ୍ଧି ହେବ ତାହା ମୁକାବିଲା କରିବା ଖୁବ୍‌ କ‌ଷ୍ଟଦାୟକ ହୋଇଯିବ। ବିଶେଷଜ୍ଞମାନେ କହିଛନ୍ତି, ବର୍ତ୍ତମାନ ଯେଉଁ ସାମାଜିକ ଦୂରତା ପଦକ୍ଷେପ ନିଆଯାଇଛି ତାହା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଯଥେଷ୍ଟ ନୁହେଁ। ହାଭାର୍ଡ ଅଧ୍ୟୟନରେ ଏହ‌ା ଦାବି କରାଯାଇଛି ଯେ, କରୋନା ସଂକ୍ରମଣକୁ ‌ରୋକିବାପାଇଁ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଆବଶ୍ୟକ ପଡ଼ିପାରେ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଦାବି କରୁଛନ୍ତି ଯେ, ବ୍ୟାପକ ସତର୍ପକତା ଓ ସୁରକ୍ଦଷା କ୍ଷେପ ଦ୍ବାରା କୋଭିଡ୍‌-୧୯କୁ ବିଲୋପ କରିହେବ । କିନ୍ତୁ ବିଭିନ୍ନ ଋତୁ ଅନୁଯାୟୀ ଏହି ଭାଇରସ୍‌ ବ୍ୟାପିପାରେ। ତେବେ ବିଭିନ୍ନ ରାଷ୍ଟ୍ରରେ କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ଦୀର୍ଘ ଦିନର ଲକ୍‌ଡାଉନ୍‌ କୋହଳ କରିବାପାଇଁ ବିଚାରବିମର୍ଶ ଜାରି ରହିଥିବାବେଳେ ଏଭଳି ସ୍ଥିତିରେ ଏହି ଅଧ୍ୟୟନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଇଛି।

ସମ୍ବନ୍ଧିତ ଖବର