ପ୍ରଧାନମନ୍ତ୍ରୀ କଲେ ଓ୍ୱାର୍କ ଫ୍ରମ୍ ହୋମ୍ ! ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦେଖିବାକୁ ମିଳିଲା ସାମାଜିକ ଦୂରତ୍ବ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଗତକାଲି ରାତି ୧୨ଟା ଠାରୁ ଦେଶରେ ୨୧ ଦିନିଆ ତାଲାବନ୍ଦ ଜାରି ରହିଛି  । ମୁଖ୍ୟତଃ ସାମାଜିକ ଦୂରତା ବଜାୟ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘରୁ କାମ କରିବା ଆରମ୍ଭ କରିଛନ୍ତି। କାରଣ ସକାଳ ୧୦ଟା ୩୦ରେ  ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ବୈଠକ କରିଛନ୍ତି । ଏଥିରେ ସେ ଦେଶବ୍ୟାପୀ ଘୋଷଣା କରାଯାଇଥିବା ଲକଡାଉନ୍ ଏବଂ ମହାମାରୀ କରୋନାଭାଇରସ୍ ନିୟନ୍ତ୍ରଣ କରିବାକୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ କଡାକଡି ଭାବେ ସାମାଜିକ ଦୂରତା ପାଳନ କରିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀମାନେ ପରସ୍ପରଠାରୁ ପ୍ରାୟ ୧ ମିଟର ଦୂରତାରେ ବସିଥିବାର ଫଟୋଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇଛି।

କରୋନା ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ଗତକାଲି ଦ୍ୱିତୀୟ ଥର ଲାଗି ଦେଶକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସମାଜିକ ଦୂରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆଉ ଏହାର ପ୍ରତିଫଳନ କ୍ୟାବିନେଟ ବୈଠକରେ ଦେଖିବାକୁ ମିଳିଥିଲା ।
ସମ୍ବନ୍ଧିତ ଖବର