ଜମ୍ମୁ- କଶ୍ମୀର: ୬ ମାସ ପରେ ପ୍ରତ୍ୟାହାର ହେଲା ଇଣ୍ଟରନେଟ ଓ ସୋସିଆଲ ମିଡିଆ ଉପରେ ଲଗିଥିବା କଟକଣା

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ କେନ୍ଦ୍ର ସରକାର ଗତ ୨୦୧୯, ଅଗଷ୍ଟ ୫ ତାରଖ ଠାରୁ, ବିଗତ ପ୍ରାୟ ୬ ମାସ ଧରି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଉପରେ ଲାଗୁ କରିଥିବା କଟକଣାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି।

ଜମ୍ମୁ- କଶ୍ମୀର ପ୍ରଶାସନ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜମ୍ମୁ- କଶ୍ମୀର ବାସୀ ଏବେ ଟୁ-ଜି ସ୍ପିଡ୍‌ରେ ଇଣ୍ଟରନେଟର ବ୍ୟବହାର କରିପାରିବା ସହ ନିଜ ନିଜର ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଆକାଉଣ୍ଟକୁ ମଧ୍ୟ ବ୍ୟବହାର କରିବା ସହ କାର୍ଯ୍ୟକ୍ଷମ କରିପାରିବେ। ଏଥିସହ ଜମ୍ମୁ- କଶ୍ମୀରବାସୀ ସେମାନଙ୍କର ଲ୍ୟାଣ୍ଡଲାଇନ୍‌ ଫୋନ୍‌ର ମଧ୍ୟ ବ୍ୟବହାର କରି ପାରିବେ। ତେବେ, ଏଥିପାଇଁ ସେମାନଙ୍କୁ ଜମ୍ମୁ- କଶ୍ମୀର ପ୍ରଶାସନ ଠାରୁ ଏକ ଅନୁମତି ପତ୍ର ହାସଲ କରିବାକୁ ପଡ଼ିବ।

JK Times

ସେହିପରି, ଯେଉଁମାନେ ମୋବାଇଲ୍‌ରେ ପୋଷ୍ଟପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି ସେମାନେ ବିନା କୌଣସି ପ୍ରତିବନ୍ଧକରେ ଟୁ-ଜି ସ୍ପିଡ୍‌ରେ ଇଣ୍ଟରନେଟ୍‌ ସେବା ପାଇ ପାରିବେ। କିନ୍ତୁ, ଯେଉଁମାନେ ପ୍ରିପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଆଉଥରେ ସେମାନଙ୍କର ପରିଚୟ ପତ୍ର ପ୍ରାଶସନକୁ ଦେଖାଇ ଇଣ୍ଟରନେଟ ବ୍ୟବହାର ପାଇଁ ନୂତନ ଭାବେ ଅନୁମତି ପତ୍ର ଆଣିବା ପାଇଁ ପଡ଼ିବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର