ନୂଆଦିଲ୍ଲୀ : ନେପାଳର ରାଜଧାନୀ କାଠମାଣ୍ଡୁରୁ ଯେଉଁ ଚିତ୍ରଗୁଡ଼ିକ ସାମ୍ନାକୁ ଆସିଛି ତାହା ଯେକୌଣସି ଗଣତାନ୍ତ୍ରିକ ଦେଶ ପାଇଁ ଏକ ସତର୍କ ଘଣ୍ଟି। ବିକ୍ଷୋଭକାରୀମାନେ ସଂସଦଭବନ ଉପରେ ଆକ୍ରମଣ କରିବାକୁ ପଛେଇନାହାନ୍ତି । ପୁଲିସ ଗୁଳିରେ ୧୬ ଜଣ ପ୍ରାଣ ହରାଇଥିଲେ ବି ବିକ୍ଷୋଭକାରୀମାନେ ଶାନ୍ତ ହୋଇନାହାନ୍ତି । ସ୍ଥିତି ଏପରି ହୋଇଛି ଯେ ସେନାକୁ ଡାକିବାକୁ ପଡ଼ିଛି ।
ଏସବୁ ଦେଖି ପ୍ରଶ୍ନ ଉଠୁଛି ଯେ ଏହି ନିଆଁ କେଉଁଠାରୁ ଆସିଲା? ନେପାଳରେ ଯାହା ବି ଘଟିଛି ତାହା ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନରେ ହୋଇଥିବା ଆନ୍ଦୋଳନର ଅବିକଳ କପି ପରି ଲାଗୁଛି । କାରଣ ସବୁଠି ହିଂସା କିମ୍ବା ବିଦ୍ରୋହ ଦେଖାଯିବାର କାରଣ ସୋସିଆଲ ମିଡିଆ ଥିଲା।
ପାକିସ୍ତାନରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାପରେ ତତକୀଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ବି ଜେଲରେ ଅଛନ୍ତି । ସେହିପରି ବାଂଲାଦେଶରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା ସେଠାକାର ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଆଶ୍ରୟ ନେଇଛନ୍ତି । ସେହିପରି ଶ୍ରୀଲଙ୍କାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାଫଳରେ ରାଜପକ୍ଷେଙ୍କୁ ଦେଶଛାଡ଼ିବାକୁ ପଡ଼ିଥିଲା । ଏସବୁ ଦେଶ ହେଉଛନ୍ତି ଭାରତର ପଡ଼ୋଶୀ । ଭାରତରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ବାହାର କରି ଆନ୍ଦୋଳନକୁ ତେଜିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ସୌଭାଗ୍ୟ ବଶତଃ ଭାରତ ଏପର୍ଯ୍ୟନ୍ତ ବର୍ତ୍ତିଯାଇଛି । ଆଗକୁ କଣ ହେବ କହି ହେବ ନାହିଁ।
ପାକିସ୍ତାନରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାର ଫଳସ୍ବରୂପ ତତକୀଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ବି ଜେଲରେ ଅଛନ୍ତି । ସେହିପରି ବାଂଲାଦେଶରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା ସେଠାକାର ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଆଶ୍ରୟ ନେଇଛନ୍ତି । ସେହିପରି ଶ୍ରୀଲଙ୍କାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାଫଳରେ ରାଜପକ୍ଷେଙ୍କୁ ଦେଶଛାଡ଼ିବାକୁ ପଡ଼ିଥିଲା । ଏସବୁ ଦେଶ ହେଉଛନ୍ତି ଭାରତର ପଡ଼ୋଶୀ ।
ବିଶ୍ବବ୍ୟାପୀ ଆନ୍ଦୋଳନ ପଛରେ ସୋସିଆଲ ମିଡିଆ
ସୋସିଆଲ୍ ମିଡିଆ ଆଜିର ବିଶ୍ୱରେ ଗୋଟିଏ ସଶକ୍ତ ଅସ୍ତ୍ରରୂପେ ପରିଣତ ହୋଇଛି। ଟୁନିସିଆ, ଇଜିପ୍ଟ, ସୁଦାନ ଭଳି ଦେଶରେ ଆରବ ସ୍ପ୍ରିଙ୍ଗ୍ କାଳରେ ଫେସବୁକ୍, ଟୁଇଟର୍ ଓ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଲୋକମାନେ ଆନ୍ଦୋଳନକୁ ଗତିଶୀଳ କରିଥିଲେ ଓ ସରକାରକୁ ପଦଚ୍ୟୁତ କରିପାରିଥିଲେ। ୟୁକ୍ରେନର ‘ୟୁରୋମାଇଦାନ୍’ ଆନ୍ଦୋଳନ ଏବଂ ସୁଡାନର ୨୦୧୯ର ବିଦ୍ରୋହରେ ମଧ୍ୟ ସୋସିଆଲ୍ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ସ୍ପଷ୍ଟ କରେ ଯେ ସୋସିଆଲ୍ ମିଡିଆ କେବଳ ଖବର ପ୍ରସାରଣର ମାଧ୍ୟମ ନୁହେଁ, ବରଂ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ଗୋଟିଏ ପ୍ରଭାବଶାଳୀ ଅସ୍ତ୍ରଭାବେ ଉଭା ହୋଇଛି ।