ସୋସିଆଲ୍‌ ମିଡିଆ କମ୍ୟୁନିକେସନ୍‌ ହବ୍‌ ପଲିସି ପ୍ରତ୍ୟାହାର କରାଗଲା ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆ କମ୍ୟୁନିକେସନ୍‌ ହବ୍‌ ପ୍ରତ୍ୟାହାର କରାଗଲା ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠଙ୍କ ସମ୍ମୁଖରେ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଛନ୍ତି: ସରକାର ସୋସିଆଲ୍‌ ମିଡିଆ କମ୍ୟୁନିକେସନ୍‌ ହବ୍‌ ପଲିସିକୁ ସମୀକ୍ଷା କରିବେ।

ଶୁଣାଣି ସଂକ୍ରାନ୍ତରେ ଟୁଇଟ୍‌ କରି ଇଣ୍ଟର୍‌ନେଟ୍‌ ଫାଉଣ୍ଡେସନ୍‌ ଲେଖିଛି।

ଏ ବର୍ଷ ଜାନୁଆରି ମାସରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସାମାଜିକ ଗଣମାଧ୍ୟମ କାର୍ଯ୍ୟକଳାପ, ଜିଲ୍ଲାଗୁଡ଼ିକରେ ଲୋକେ ଦେଖୁଥିବା ଖବର ଏବଂ କେନ୍ଦ୍ରର ଅନ୍ୟାନ୍ୟ ଫ୍ଲାଗ୍‌ସିପ୍‌ ଯୋଜନା ସଂକ୍ରାନ୍ତରେ ମତାମତ ଏକତ୍ର କରିବାକୁ ସୋସିଆଲ୍‌ ମିଡିଆ କମ୍ୟୁନିକେସନ୍‌ ହବ୍‌ ଗଠନ କରିବାକୁ ଯୋଜନା କରିଥିଲେ।

ସାମାଜିକ ଗଣମାଧ୍ୟମ ଓ ଅନ୍ୟ ଅନ୍‌ଲାଇନ୍‌ କାର୍ଯ୍ୟ ଉପରେ ଦୃଷ୍ଟି ରଖିବାକୁ ୮୦୦ କର୍ମଚାରୀ ଯୋଗାଇବା ନିମନ୍ତେ ଏକ ଟେଣ୍ଡର୍‌ରେ ସରକାର ଗୋଟିଏ ଫାର୍ମରୁ ବିଡ୍‌ ମଗାଇ ଥିଲେ।

ପରେ ସୁପ୍ରିମ୍‌ କୋର୍ଟ ଏ ସଂକ୍ରାନ୍ତରେ ସରକାରଙ୍କୁ ଭର୍ତ୍ସନା କରି ଗୋଟିଏ ସର୍ଭିଲିଏନ୍‌ସ୍‌ ଦେଶ ସୃଷ୍ଟି ହେବାକୁ ଯାଉଛି ବୋଲି କହିଥିଲେ। ଗତବର୍ଷ ଅଗଷ୍ଟ ୨୪ ତାରିଖ ଦିନ, ଶୀର୍ଷ ଅଦାଲତର ନଅଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଘୋଷଣା କରିଥିଲେ କି ଗୋପନୀୟତା ସାମ୍ବିଧାନିକ ଅଧିକାର।

ବିଚାରପତିମାନେ ଏହାର ଦୋଷତ୍ରୁଟି ଉପରେ ଏକମତ ହୋଇଥିଲେ। ସେମାନଙ୍କ ଆଦେଶରେ ବିଚାରପତିମାନେ ଉପସଂହାର ସକାଶ ବିଭିନ୍ନ ପ୍ରକାର ଦୃଷ୍ଟାନ୍ତ ଦେଇ କହିଥିଲେ: ଜୀବନର ସହଜାତ ଅଂଶର ଅଧିକାର ଭାବେ ଗୋପନୀୟତା ଅଧିକାରକୁ ସୁରକ୍ଷିତ ରଖାଯାଇଛି। ସମ୍ବିଧାନର ଧାରା ୨୧ ଅନୁସାରେ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ତୃତୀୟ ପରିଚ୍ଛଦ ଅନୁସାରେ ଦିଆଯାଇଥିବା ସ୍ୱାଧୀନତାଗୁଡ଼ିକର ଏହା ଅଂଶ ବିଶେଷ।

ସମ୍ବନ୍ଧିତ ଖବର