କାର୍‌ ଦୁର୍ଘଟଣାରେ ଚାଲିଗଲା ଏହି ଲୋକପ୍ରିୟ ତାରକାଙ୍କ ଜୀବନ, ପାର୍ଟି ସାରି ଘରକୁ ଫେରୁଥିଲେ

ନୋଇଡ଼ା: ସୋମବାର ଏକ ସଡ଼କ ଦୁର୍ଘଟଣାରେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରୋହିତ ଭାତିଙ୍କର ପରଲୋକ ହୋଇଛି। ସେ ତାଙ୍କ ବନ୍ଧୁମାନଙ୍କ ସହ ଏକ ଦୃତଗାମୀ କାର୍‌ରେ ଆସୁଥିବା ବେଳେ କାର୍‌ଟି ଏକ ଗଛରେ ବାଡ଼େଇ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣ‌ାରେ ତାଙ୍କର ପରଲୋକ ହୋଇଥିବା ବେଳେ ତାଙ୍କର ୨ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ରୋହିତ ଭାତିଙ୍କୁ ସୋସିଆଲ୍‌ ମିଡିଆରେ ସମେସ୍ତ ରାୱଡି ଭାତି ନାମରେ ଜାଣନ୍ତି। ତାଙ୍କର ଯେଉଁ ୨ ବନ୍ଧୁ ଗୁୁରୁତର ଆହତ ହୋଇଥିଲେ ସେମାନେ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଜଣେ ଗ୍ରେଟର୍‌ ନୋଇଡ଼ା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ପୁଲିସ୍‌ ସୂଚନା ଦେଇଛି।

ସେମାନେ ଏକ ପାର୍ଟିରୁ ଫେରୁଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‌ସେମାନେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଟର୍ଣ୍ଣ କରିବା ବେଳେ କାର୍‌ ଉପରେ ନିୟନ୍ତ୍ରଣ ନରଖି ପାରି ଏକ ଗଛରେ ପିଟି ଦେବାରୁ ଏପରି ଦୁର୍ଘଟଣା ଘଟିଥିଲା।

ଭାତିଙ୍କ ଘର ବୁଲନ୍ଦସର। ସେ ଗ୍ରେଟର୍‌ ନୋଇଡାରେ ରହୁଥିଲେ। ଜଣେ ଜଣେ ଗୁଜୁରାଟୀ ସଂପ୍ରଦାୟର ହୋଇଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ତାଙ୍କର ଅନେକ ହଜାର ହଜାର ଫଲୋର୍ସ ଅଛନ୍ତି। ‌ସେ ରିଲ୍ସ ବନାଇ ଖୁବ୍‌ ଲୋକପ୍ରିୟ ହୋଇ ପାରିଛନ୍ତି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନେ ଏକ ମା‌ରୁତୀ ସ୍ବିଫ୍‌ଟ‌ରେ ଆସୁଥିଲେ।

ସମ୍ବନ୍ଧିତ ଖବର