ନୂଆଦିଲ୍ଲୀ: ବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଇଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍  ସର୍ଭର ଡାଉନ ହୋଇପଡ଼ିଛି। ଫଳରେ ଏହି ତିନିଟି ସୋସିଆଲ୍ ମିଡିଆ ଏକପ୍ରକାର ଅଚଳ ହୋଇଯାଇଛି। ଏ ନେଇ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ପକ୍ଷରୁ  ଦୁଃଖପ୍ରକାଶ କରାଯାଇଛି ଓ ଖୁବ୍ ଶୀଘ୍ର ସେବା ଜାରି କରାଯିବାକୁ ଉଦ୍ୟମ ଚାଲିଛି ବୋଲି କୁହାଯାଇଛି।

Advertisment

ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ହେବା ନେଇ ବ୍ୟବହାରକାରୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କେହି ବି ବ୍ୟବହାରକାରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିନପାରିବା ସହିତ ମେସେଜ ମଧ୍ୟ ପଠାଇ ପାରୁନାହାନ୍ତି ।

ଫେସବୁକ୍  ଓ ହ୍ବାଟସଆପ୍ ତରଫରୁ କୁହାଯାଇଛି ଯେ, ଆମ‌େ ଜାଣିଛୁ ଅନେକ ବ୍ୟବହାରକାରୀ ଆମର ଆପ୍ ଆକସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।  ଆମେ ଏହା ଉପରେ କାମ କରୁଛୁ, ଖୁବ ଶୀଘ୍ର ସେବା ସ୍ବାଭାବିକ ହୋଇଯିବ।  ଏହି ଅସୁବିଧା ଲାଗି ଆମେ ଦୁଃଖିତ ।