ମୋଦୀଙ୍କୁ ସମ୍ମାନ, ଇମ୍ରାନ ସାଜିଲେ ଡ୍ରାଇଭର

ନୂଆଦିଲ୍ଲୀ: ଦୁଇଟି ଚିତ୍ର ଓ ଦୁଇଟି ବଡ ଫରକ | ଗୋଟିଏରେ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଥିବାବେଳେ ଅନ୍ୟଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର ଚଳାଉଥିବାର ଦେଖିବାକୁ ମିଳିଛି | ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଏହି ବର୍ଷ ଫେବୃୟାରୀରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ପାକିସ୍ତାନ ଗସ୍ତରେ ଯାଇଥିବାବେଳେ ଇମ୍ରାନ ଖାଁ ତାଙ୍କର ଗାଡି ଚଳାଇଥିଲେ |

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ମୁତାବକ ୟୁଜର୍ସମାନେ ଏହାକୁ ନେଇ ମଜା ଉଡାଇଛନ୍ତି | ସେମାନେ ଲେଖିଛନ୍ତି ଯେ ଦୁଇ ପ୍ରଧାନମନ୍ତ୍ରୀଙ୍କ କେତେ ପ୍ରଭାବ ରହିଛି ଏଥିରୁ ହିଁ ଜଣାପଡେ | ସାଉଦି ଆରବର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଖୋଦ ତାଙ୍କ ଗାଡି ଚଳାଇ କ୍ରାଉନ ପ୍ରିନ୍ସଙ୍କୁ ନେଇଯାଉଛନ୍ତି |

ଏଠାରେ ସୂଚନା ଥାଉ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇଥିଲା | ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଶନିବାର ଦିନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ | ପ୍ରିନ୍ସ ଯୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟାଦ’ ରେ ମୋଦୀଙ୍କୁ ସମ୍ମାନିତ କରିଥିଲେ  |

ସମ୍ବନ୍ଧିତ ଖବର