ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପାଟ୍ନା ପୁଲିସ ଗିରଫ କରିଛି। ପାଟନା ଜିଲ୍ଲାର ପୋୟାମାରୁ ପ୍ରମୋଦ କୁମାର ଓରଫ ପୋୟାମା ନାମକ ଜଣେ ଯୁବକ ନୀତୀଶଙ୍କ ସହ ତାଙ୍କ ସୁରକ୍ଷାକର୍ମୀଙ୍କୁ ହତ୍ୟା ଧମକ ଦେଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପୁଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି ବୋଲି ପାଟନା ପୁଲିସ ସୁପରିନଟେଣ୍ଟେଣ୍ଟ୍ ମନୁ ମହାରାଜ କହିଛନ୍ତି। ତେବେ କେଉଁ କାରଣ ପାଇଁ ପ୍ରମୋଦ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି ସେନେଇ ତଦନ୍ତ ଜାରି ରହିଥିବାବେଳେ ଏକ ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ ରାଜ୍ୟରେ ଏବେ ଚାଲିଥିବା ବାଲି ସଙ୍କଟ ପାଇଁ ପ୍ରମୋଦଙ୍କ ବ୍ୟବସାୟ ହାନୀ ହୋଇଥିବାରୁ ସେ କ୍ରୋଧାନ୍ଵିତ ହୋଇ ନୀତୀଶଙ୍କୁ ହତ୍ୟା ଧମକ ଦେଇଛନ୍ତି। ଗତକାଲି ବକ୍ସାର ଜିଲ୍ଲାର ନନ୍ଦନ ଗ୍ରାମରେ ସମୀକ୍ଷା ଯାତ୍ରାରେ ଥିବାବେଳେ ମଧ୍ୟ ନୀତୀଶଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ନୀତୀଶଙ୍କ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ କିନ୍ତୁ ନୀତୀଶ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍: ନୀତୀଶଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ
/sambad/media/post_attachments/wp-content/uploads/2018/01/nitish-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)