ପ୍ରବାସୀ ଓ ଠିକା ଶ୍ରମିକଙ୍କ ସାମାଜିକ ନିରାପତ୍ତା ଜରୁରୀ: ସଂସଦୀୟ ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ: ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ସାମାଜିକ ନିରାପତ୍ତା ଜରୁରୀ ବୋଲି ସଂସଦୀୟ ଷ୍ଟାଣ୍ଡିଂ କମିଟି ଗୁରୁତ୍ବାରୋପ କରିଛି। ସାମାଜିକ ନିରାପତ୍ତା-୨୦୧୯ ବିଧିର ସମୀକ୍ଷା କରି ସଂସଦୀୟ ଷ୍ଟାଣ୍ଡିଂ କମିଟି ଶ୍ରମିକଙ୍କ ସାମାଜିକ ନିରାପତ୍ତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି ଅବସରରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ବିଭିନ୍ନ ସାମାଜିକ ନିରାପତ୍ତା ଆଇନର ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ସଂସଦର ୯ଟି ସାମାଜିକ ସୁରକ୍ଷା ଆଇନ ବଦଳରେ ‘ସାମାଜିକ ସୁରକ୍ଷା ବିଧି’ ସୃଷ୍ଟି ହୋଇଛି। ମାତ୍ର ଏହା ଆଜି ଯାଏ ସଂସଦରେ ପଡ଼ି ରହିଛି। ଅପରପକ୍ଷେ, ପ୍ରବାସୀ ଓ ଠିକା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଏକ ‘ସାମାଜିକ ସୁରକ୍ଷା ପାଣ୍ଠି’ ଗଠନ କରାଯିବା ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗୁରୁତ୍ବାରୋପ କରିଛି। ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଏହି ‘ସାମାଜିକ ସୁରକ୍ଷା ପାଣ୍ଠି’ରୁ ପେନ୍‌ସନ ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି।

ସମ୍ବନ୍ଧିତ ଖବର