ଡି‌ସେମ୍ବର ୧୪ରେ ହେବ ୨୦୨୦ର ଦ୍ବିତୀୟ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ: ଡି‌ସେମ୍ବର ୧୪ରେ ହେବାକୁ ଯାଉଛି ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟୋପରାଗ। ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡି‌ସେମ୍ବର ୧୪ରେ ହେବାକୁ ଯାଉଥିବା ଦ୍ବିତୀୟ ସୂର୍ଯ୍ୟ ପରାଗଟି ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେବ। ଏହା ଚିଲି ଏବଂ ଆର୍ଜେଣ୍ଟିନାର କିଛି ଭାଗରେ ଦୃଶ୍ୟମାନ ହେବ। ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଚନ୍ଦ୍ରର ଛାଇ ଦ୍ୱାରା ଆଚ୍ଛାଦିତ ହେବ |

ସୂଚନା ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ, ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦୃଶ୍ୟମାନ ହେବ ଏବଂ ଆଣ୍ଟ୍ରାଟିକାରେ ଆଂଶିକ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଡିସେମ୍ବର ୧୪ରେ ସୂର୍ଯ୍ୟ ପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବା ସହ ଡିସେମ୍ବର ୧୫ର ପୂର୍ବାହ୍ନ ୧୨.୨୩ରେ ଶେଷ ହେବ। ସର୍ବାଧିକ ସୂର୍ଯ୍ୟୋପରାଗ ରାତି ୯.୪୩ରେ ହେବ ବୋଲି ଆଶା କରାଯାଉଛି। ତେବେ ଭାରତରେ ଦିନ ସମୟରେ ସୂର୍ଯ୍ୟୋପରାଗ ହେବ ନାହିଁ।

Surya Grahan 2020 Date, Timings in India: This day is going to be the last solar eclipse of the year, take these precautions - Surya Grahan 2020 Date, Timings in India: इस
News Nation

ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ ତାରିଖ ଦିନ ବିଶ୍ବବାସୀ ୨୦୨୦ର ପ୍ରଥମ ସୂର୍ଯ୍ୟୋପରାଗ ଦେଖିଥିଲେ। ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଲେ ସୂର୍ଯ୍ୟ ଉପରେ ଚନ୍ଦ୍ରର ଛାଇ ପୂରାମାତ୍ରାରେ ପଡ଼ିଥାଏ କିନ୍ତୁ, ଆଂଶିକ ସୂର୍ଯ୍ୟୋପରାଗରେ ସୂର୍ଯ୍ୟରେ କିଛି ଅଂଶ ଅସ୍ପଷ୍ଟ ହୋଇଯାଏ। ମାତ୍ର ଜୁନ୍ ୨୧ ହୋଇଥିବା ସୂର୍ଯ୍ୟୋପରାଗଟି ବଳୟଯୁକ୍ତ ଥିଲା। ବଳୟଯୁକ୍ତ ସୂର୍ଯ୍ୟୋପରାଗରେ ସୂର୍ଯ୍ୟର ଧାରରେ ଅଗ୍ନିର ଏକ ମୁଦ୍ରିକା ବା ବଳୟ ସୃଷ୍ଟିହୁଏ।

ସମ୍ବନ୍ଧିତ ଖବର