୨୦୨୦ ସୂର୍ଯ୍ୟ ପରାଗ: ସୂର୍ଯ୍ୟ ପରାଗ ଭାରତକୁ ଦେଖାଯିବ କି? ଜାଣନ୍ତୁ ତାରିଖ ଓ ସମୟ

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ଦିନ ବିଶ୍ବବାସୀ ଦେଖିବେ ୨୦୨୦ର ପ୍ରଥମ ସୂର୍ଯ୍ୟ ପରାଗ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଲେ ସୂର୍ଯ୍ୟ ଉପରେ ଚନ୍ଦ୍ରର ଛାଇ ପୂରାମାତ୍ରାରେ ପଡ଼ିଥାଏ କିନ୍ତୁ, ଆଂଶିକ ସୂର୍ଯ୍ୟ ପରାଗରେ ସୂର୍ଯ୍ୟରେ କିଛି ଅଂଶ ଅସ୍ପଷ୍ଟ ହୋଇଯାଏ। ମାତ୍ର ଏଥର ହେବାକୁ ଥିବା ସୂର୍ଯ୍ୟ ପରାଗଟି ବଳୟଯୁକ୍ତ। ବଳୟଯୁକ୍ତ ସୂର୍ଯ୍ୟ ପରାଗରେ ସୂର୍ଯ୍ୟର ଧାରରେ ଅଗ୍ନିର ଏକ ମୁଦ୍ରିକା ବା ବଳୟ ସୃଷ୍ଟିହୁଏ।

ଏହି ସୂର୍ଯ୍ୟ ପରାଗ କେନ୍ଦ୍ରୀୟ ଆଫ୍ରିକୀୟ ପ୍ରଜାତନ୍ତ୍ର, କଙ୍ଗୋ, ଇଥିଓପିଆ, ପାକିସ୍ତାନ, ଭାରତ ଏବଂ ଚୀନ୍‌ ସମତେ ଆଫ୍ରିକାର କେତେକ ଅଞ୍ଚଳକୁ ଦେଖାଯିବ।

ଜୁନ୍ ୨୧ ତାରିଖ ସକାଳ ୯:୧୫:୫୮ରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ।

Image Courtesy of The Indian Express

ସକାଳ ୧୦:୧୭:୪୫ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଆରମ୍ଭ ହେବ। ପୂର୍ଣ୍ଣଗ୍ରାସ ଦୃଶ୍ୟମାନ ହେବ ୧୨: ୧୦ରେ। ପୂର୍ଣ୍ଣଗ୍ରାସ ୨: ୦୨ଯାଏଁ ଦୃଶ୍ୟମାନ ହେବ।  ୩.୦୪ରେ ମୋକ୍ଷପ୍ରାପ୍ତି ହେବ।

ଖାଲି ଆଖିରେ ଦେଖିଲେ ଆଖି ନଷ୍ଟ ହେବାର ସମ୍ଭାବନା ଥିବାରୁ ସୂର୍ଯ୍ୟ ପରାଗ ଖାଲି ଆଖିରେ ଦେଖିବା ଅନୁଚିତ। ସଠିକ ଫିଲ୍‌ଟର୍ ବା ଫିଲ୍ମ୍‌ ଥିବା ବାଇନୋକୁଲାର୍, ଟେଲିସ୍କୋପ୍ କିଂବା ଅପ୍ଟିକାଲ୍ ‌କ୍ୟାମେରା ଭିଉଫାଇଣ୍ଡର୍ ଦ୍ବାରା ସୂର୍ଯ୍ୟ ପରାଗ ଦେଖିବା ଉଚିତ। ସାଧାରଣ ବାଇନୋକୁଲାର୍ କି, ଟେଲିସ୍କୋପ ବ୍ୟବହାର କରିବା ଅନୁଚିତ।

 

ସମ୍ବନ୍ଧିତ ଖବର