ଜାଣନ୍ତୁ କେବେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଦୁଇଟି ସୂର୍ଯ୍ୟପରାଗ ପଡ଼ିବ। ପ୍ରଥମଟି ୨୦୨୨ ଏପ୍ରିଲ ୩୦ରେ ଏବଂ ଦ୍ୱିତୀୟଟି ଅକ୍ଟୋବର ୨୫ରେ ପଡ଼ିବ।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଂଶିକ ହେବ । ଯାହା ପ୍ରଶାନ୍ତ ମହାସାଗରରେ, ଦକ୍ଷିଣ ଆମେରିକାର ଦକ୍ଷିଣ ଏବଂ ପଶ୍ଚିମ ଭାଗରେ, ଆଣ୍ଟାର୍କଟିକା ଏବଂ ଆଟଲାଣ୍ଟିକରେ ଦେଖିବାକୁ ମିଳିବ। ପ୍ରଥମ ସୂର୍ଯ୍ୟପରାଗ ଆଂଶିକ କାରଣରୁ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏପରି ପରିସ୍ଥିତିରେ କୌଣସି ସୁତକ ନାହିଁ।

୨୦୨୨ର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ ଶନିବାର ରାତି ୧୨ଟା ବାଜି ୧୯ମିନିଟରୁ ୪ଟା ବାଜି ୭ମିନିଟ ପର୍ଯ୍ୟନ୍ତ ରହିବ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହି ସୂର୍ଯ୍ୟପରାଗର କୌଣସି ଧାର୍ମିକ ପ୍ରଭାବ ପଡ଼ିବ ନାହିଁ କିମ୍ବା ଏହାର ସୂତାକ ଅବଧି ରହିବ ନାହିଁ।

ସେହିପରି ୨୦୨୨ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୨୫ ମଙ୍ଗଳବାର ଦିନ ପଡ଼ିବ। ଏହି ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୨୫ ତାରିଖ ଦିନ ୪.୨୯ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ବାଜି ୪୨ ମିନିଟରେ ଶେଷ ହେବ।

ଏହି ସୂର୍ଯ୍ୟପରାଗ ଏସିଆର ଦକ୍ଷିଣ-ପଶ୍ଚିମ ଭାଗରେ, ୟୁରୋପ, ଆଟଲାଣ୍ଟିକ୍ ଏବଂ ଆଫ୍ରିକା ମହାଦେଶର ଉତ୍ତର-ପୂର୍ବ ଭାଗରେ ଦୃଶ୍ୟମାନ ହେବ ।  ଏଥିସହିତ ଏହି ସୂର୍ଯ୍ୟପରାଗ ଭାରତର କିଛି ଭାଗରେ ଦେଖାଯାଇପାରେ, ତେଣୁ ଏହି ସୂର୍ଯ୍ୟପରାଗର ପ୍ରଭାବ ରହିବା ସହିତ ସୂତକ ସମୟ ବି ରହିବ।

ସମ୍ବନ୍ଧିତ ଖବର