ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ସେନା ଓ ପଥର ଆକ୍ରମଣକାରୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ନେଇ ଆଜି ସେନା ସ୍ଥିତି ସ୍ପଷ୍ଟ କରିଛି। ଆକ୍ରମଣକାରୀମାନେ ସବୁ ସୀମା ଟପିଯିବା ପରେ ସେନା ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ଗୁଳି ଚଳାଇଥିଲା ବୋଲି ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍୍ଟନାଣ୍ଟ ଜେନେରାଲ ଦେବରାଜ ଅନ୍ବୁ କହିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ମାମଲାରେ ସେନା ବିରୋଧରେ ଜମ୍ମୁ କଶ୍ମୀର ପୁଲିସର ଏତଲା ଜବାବରେ ଆଜି ସେନା ପକ୍ଷରୁ ପାଲଟା ଏତଲା ଦାଏର କରାଯାଇଛି। ସେନାର ଜଣେ ଅଧିକାରୀଙ୍କ ବନ୍ଧୁକ ଛଡ଼ାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯିବା ଏବଂ ପଥର ମାଡ଼ରେ ୭ ଜଣ ଯବାନ ଆହତ ହୋଇଥିବାରୁ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦାଏର ହୋଇଛି। ଘଟଣାସ୍ଥଳରେ ଭୟଙ୍କର ଉତ୍ତେଜନା ଏବଂ ଯୋଜନାବଦ୍ଧ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗୁଳି ଚଳାଇବା ଛଡ଼ା ଆଉ କିଛି ବିକଳ୍ପ ନଥିଲା ବୋଲି ସେନା କହିଛି। ଉଲ୍ଲେଖଯୋଗ୍ୟ ଗତ ୨୭ ତାରିଖ ଦିନ ସୋପିଆନ ଜିଲ୍ଲାର ଗନାଓପୁରା ଗ୍ରାମରେ ଶତାଧିକ ବିଶୃଙ୍ଖଳ ଯୁବକ ସେନା ଗାଡ଼ି ଉପରକୁ ଭୟଙ୍କର ପଥର ମାଡ଼ କରିଥିଲେ। ସେମାନେ ଜଣେ ସେନା ଅଧିକାରୀଙ୍କୁ କାବୁ କରିନେଇ ତାଙ୍କୁ ଦଳି ମାରିଦେବାକୁ ଚେଷ୍ଟା କରିଥିଲେ। ଫଳରେ ସେନା ଦ୍ୱାରା ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ଲାଗି ଗୁଳିମାଡ଼ କରାଯାଇଥିଲା। ତେବେ ସେନା କାର୍ଯ୍ୟାନୁଷ୍ଠାନକୁ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିରୋଧ କରିବା ସହ ଏଥିପାଇଁ ଦାୟୀ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ସେନାର ଦଶମ ଗରଓ୍ଵାଲ୍ ୟୁନିଟ୍ ବିରୋଧରେ ଏକ ମାମଲା ରୁଜୁ କରିଛି। ଏହାର ଜବାବରେ ସେନା ଆଜି ପାଲଟା ଏତଲା ଦେଇଛି।
ସେନା ଏଫ୍ଆଇଆର୍ ବନାମ ପୁଲିସ ଏଫ୍ଆଇଆର୍
ସୋପିଆନ ବିବାଦ ତେଜିଲା
/sambad/media/post_attachments/wp-content/uploads/2018/01/kashmir-protest_650x400_81517399323.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)