ବରିଷ୍ଠଙ୍କୁ ଗୁଳି କରି ହତ୍ୟା ପରେ ଯବାନଙ୍କ ଆତ୍ମହତ୍ୟା

ଚେନ୍ନାଇ: ଚେନ୍ନାଇର ପାଲ୍ଲାଭରମ୍‌ ସାମରିକ ଶିବିରରେ ଜଣେ ସେନା ଯବାନ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଚେନ୍ନାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଜଗଶୀର ନାମକ ଜଣେ ଯବାନଙ୍କର ତାଙ୍କର ଜଣେ ଉପରିସ୍ଥ ଅଧିକାରୀ ପ୍ରବୀଣ କୁମାର ଯୋଶୀଙ୍କ ସହ ଲଗାତାର ଯୁକ୍ତିତର୍କ ହୋଇଥାଏ। ଗତକାଲି ରାତିରେ ଏହି ୨ ଜଣଙ୍କ ମଧ୍ୟରେ ପୁଣିଥରେ କୌଣସି କାରଣ ପାଇଁ ବଚସା ହୋଇଥିଲା। ପରେ ଯୋଶୀ ଶୋଇବାକୁ ଯାଇଥିଲେ। କିନ୍ତୁ ଜଗଶୀର ଯୋଶୀଙ୍କ ଶୋଇବା ରୁମ୍‌କୁ ଯାଇ ତାଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିବାପରେ ‌ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର