Advertisment
ଦେଶ- ବିଦେଶ

‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ୧୩ ମୃତ

ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି। ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌।

 ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ୧୩ ମୃତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି। ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌। ଭାରତର ‘ଅପରେସନ ସିନ୍ଦୂର’ ଜବାବରେ ପାକିସ୍ତାନୀ ସେନା ତୀବ୍ର ତୋପ ଏବଂ ଗୁଳିଚାଳନା କରିବାରୁ ଚାରି ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ତେର (୧୩) ଜଣଙ୍କର ମୃତ୍ୟୁ ହୋଇଛି। 

Advertisment

ଏପଟେ ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ । ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବଲୁଚି ଆକ୍ରମଣ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ । 

ପାକିସ୍ତାନ ସେନାର ଗଣମାଧ୍ୟମ ଓ ପିଆର ଟିମ୍, ଆଇଏସପିଆର ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଭାରତର ପ୍ରୋକ୍ସି ସଙ୍ଗଠନଗୁଡିକ ବଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ସହ ସୁରକ୍ଷାକର୍ମଙ୍କୁ ଆକ୍ରମଣ କରୁଛନ୍ତି । ବଲୁଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା । ପାକିସ୍ତାନର ଅମୀର ପୋଷ୍ଟ ଓ ଅଲ୍ଲୀ ଖାନ ବେସ୍ ମଧ୍ୟରେ ଆର୍ମି ଗାଡି ଉପରେ ଆକ୍ରମଣ କରାଯାଇଛି ।

 

Advertisment
ସବସ୍କ୍ରାଇବ କରନ୍ତୁ