ଶ୍ରୀନଗର: ବୁଧବାର ସକାଳେ ଦକ୍ଷଣ କଶ୍ମୀର ଅନ୍ତର୍ଗତ କୁଲ୍ଗାମ୍ ଜିଲ୍ଲାରେ ଗୁଳିବିନିମୟ ଫଳରେ ସେନାବାହୀନିର ଜଣେ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ଅଧିକାରୀମାନେ କହୁଛନ୍ତି।
ଜମ୍ମୁ ଓ କଶ୍ମୀର ପୁଲିସ ସୂତ୍ରରୁ ପ୍ରକାଶ ସେ ଆହତ ହେବା ପରେ ସୈନିକ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ସାଧାରଣ ନାଗରିକ ଜଣଙ୍କୁ ମୃତାବସ୍ଥାରେ ଅନନ୍ତନାଗ ଚିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା। ମୃତ ସାଧାରଣ ନାଗରିକଙ୍କ ନାମ ଶରଜୀଲ୍ ଅହମଦ ଏବଂ ତାଙ୍କର ବୟସ ୨୦ ବର୍ଷ।
ଖୁଦ୍ଓ୍ଵାନୀ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା କଥା ଖବର ମିଳିବା ପରେ ଆଜି ପ୍ରତ୍ୟୁଷରେ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଜାରି ହୋଇଥିଲା।
/sambad/media/post_attachments/wp-content/uploads/2018/04/kk-300x192.jpg)
ତଲାସ ଅଭିଯାନ ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ପାଲଟା ଗୁଳିଚାଳନା ଆରମ୍ଭ ହୋଇଥିଲା।
ଗୁଳି ବିନିମୟ ଚାଲିଥିବା ବେଳେ ପ୍ରତିବାଦକାରୀମାନେ ଅଭିଯାନରେ ବିଭ୍ରାଟ କରାଇବାକୁ ଏକତ୍ର ହୋଇ ନିରାପତ୍ତା କର୍ମଚାରୀଙ୍କ ଉପରକୁ ଢେଲା ପକାଇବାରୁ ସଂର୍ଘଷର ସୂତ୍ରପାତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/j-and-k.jpg)