ଜମ୍ମୁ ଓ କଶ୍ମୀର: ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ସେନା; ଜଣେ ଭାରତୀୟ ଯବାନ ସହିଦ

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ୱସ୍ଥ ଫର୍‌ଓ୍ଵାର୍ଡ ଅଞ୍ଚଳ ଏବଂ ପୋଷ୍ଟ୍‍ଗୁଡ଼ିକରେ ପ୍ରବଳ ସେଲିଙ୍ଗ୍‌ ମାଡ଼ କରି ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଆଜି ସକାଳେ ସୁନ୍ଦରବନି ସେକ୍ଟର୍‌ ଅନ୍ତର୍ଗତ କେରି ବେଲ୍‌ଟ୍‌ରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା କଥା ସେମାନେ କହିଛନ୍ତି।
ପାକିସ୍ତାନୀ ସେନା ଗୁଳି ଚଳାଇବାରୁ ଜଣେ ଯବାନ ସହିଦ ହୋଇଛନ୍ତି।

ଜାନୁଆରି ମାସ ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ୧୧୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲେଣି।

ସମ୍ବନ୍ଧିତ ଖବର