ଜମ୍ମୁ ଓ କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ସହିଦ

ଜମ୍ମୁ: ରବିବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି।
ଶନିବାର ସନ୍ଧ୍ୟା ପ୍ରାୟ ୫: ୩୦ ସମୟରେ ପୁଞ୍ଚ୍‌ର ଶହାପୁର ଏବଂ କେର୍ଣ୍ଣି ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ଠାରେ ସୀମାପାରି ଗୁଳି ଚାଳନା ଆରମ୍ଭ ହୋଇ ରାତି ତମାମ ଚାଲିଥିଲା।

ଭାରତୀୟ ସେନାବହିନୀ ଯବାନମାନେ ଏହାର ସମୁଚ୍ଚତ ଜବାବ ଦେଇଥିଲେ ମଧ୍ୟ ପାକିସ୍ତାନ ତରଫର କେତେ ମୃତାହତ ହୋଇଛନ୍ତି ତାହା ତୁରନ୍ତ ଜଣାପଡ଼ି ନାହିଁ। ଫର୍‌ଓ୍ଵାର୍ଡ ପୋଷ୍ଟ ଏବଂ ଗାଁଗୁଡ଼ିକୁ ଆକ୍ରମଣ କରିବାକୁ ପାକିସ୍ତାନୀ ସେନା ମୋର୍ଟାର୍‌ ଓ ଛୋଟ ଅସ୍ତ୍ର ବ୍ୟବହାର କରିଥିଲେ।
ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନୀ ସେନା ଆରମ୍ଭ କରିଥିବା ଅଘୋଷିତ ଅସ୍ତ୍ରବିରତି ଉଲ୍ଲଂଘନ ସମୟ ଗୁଳିବିନିମୟ ଯୋଗୁଁ ଭୋର୍‌ ପ୍ରାୟ ୪ଟା ବେଳେ ଜଣେ ଭାରତୀୟ ଯବାନ ସାଙ୍ଘାତିକ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ହସ୍‌ପିଟାଲ୍‌କୁ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସହିଦ ଯବାନଙ୍କ ନାମ ହରି ଓ୍ଵାକର୍‌ ଓ ତାଙ୍କ ଘର ରାଜସ୍ଥାନରେ।

ଏହାକୁ ମିଶାଇ ଗତ ଚାରିଦିନ ମଧ୍ୟରେ ଭାରତୀୟ ସେନାବାହିନୀର ୨ ଜଣ ଯବାନ ସହିଦ ହେଲେଣି।

ସମ୍ବନ୍ଧିତ ଖବର