ନୂଆଦିଲ୍ଲୀ: ଆମେରିକାର ଜଣେ ସୈନିକ ମା’ଙ୍କ ନାମରେ ପଠାଇଥିବା ଚିଠି ୭୭ ବର୍ଷ ପରେ ଠିକଣାରେ ପହଞ୍ଚିଛି। କିନ୍ତୁ ଦୁଃଖର ବିଷୟ ଚିଠି ପହଞ୍ଚିଲା ବେଳକୁ ସୈନିକ ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି। ଏହି ଚିଠିକୁ ସୈନିକଙ୍କ ୯୦ବର୍ଷର ପତ୍ନୀଙ୍କୁୁ ମିଳିଛି ।
‘ମୀରର ୟୁକେ’ ର ରିପୋର୍ଟ ମୁତାବକ ଏହି ଆମେରିକା ସୈନିକଙ୍କ ନାମ ଜନ ଗୋଞ୍ଜାବିଲସ । ସେ ୧୯୪୫ ମସିହା ଡିସେମ୍ବର ୬ ତାରିଖରେ ଅର୍ଥାତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଜ ମା’ ଙ୍କ ପାଖକୁ ଏକ ଚିଠି ଲେଖିଥିଲେ । ସେତେବେଳେ ଗୋଞ୍ଜାବିଲସଙ୍କୁ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ସେ ଜର୍ମାନୀରେ ସେନା ବିଭାଗରେ ଚାକିରି କରୁଥିଲେ ।
ଦୀର୍ଘ ୭୭ ବର୍ଷ ପରେ ଗୋଞ୍ଜାବିଲସଙ୍କର ଏହି ହାତଲେଖା ଚିଠି ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିଛି । ୨୦୧୫ ମସିହାରେ ଗୋଞ୍ଜାବିଲସଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ତାଙ୍କ ମା’ ଙ୍କର ବି ଦେହାନ୍ତ ହୋଇଯାଇଥିଲା ।
ଗୋଞ୍ଜାବିଲସ ଏହି ଚିଠିରେ ଲେଖିଥିଲେ କି “ପ୍ରିୟ ମା ଆଜି ତୁମଠାରୁ ମୋତେ ଆଉ ଗୋଟିଏ ଚିଠି ମିଳିଛି, ଓ ଏହା ଜାଣି ମୁଁ ବେସ ଖୁସି କି ସବୁକିଛି ଠିକ ଠାକ ଚାଲିଛି । ମୁଁ ଏଠାରେ ଭଲରେ ଅଛି, ଏଠାରେ ଆମକୁ ଭଲ ଖାଦ୍ୟ ମିଳୁ ନାହିଁ ଅଶା କରୁଛି ଖୁବଶୀଘ୍ର ତୁମସହ ଭେଟ ହେବ, ମନ ଭରି ତୁମ ସହ କଥା ହେବି ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/13379656-4363-49f8-9e04-9fd9bf3dcb6e.jpg)