ଜମ୍ମୁ: ଜମ୍ମୁ-କଶ୍ମୀରର ଖୋର ଅଞ୍ଚଳର ଅଖନୁର ସେକ୍ଟେର ସେନା କ୍ୟାମ୍ପ ନିକଟରେ ଥିବା ନିୟନ୍ତ୍ରଣା ରେଖା(ଏଲ୍ଓସି)ରେ ଜଣେ ଯବାନ ସର୍ଭିସ୍ ରାଇଫଲ୍ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ଯାବନଙ୍କ ନାମ ରଣବୀର ସିଂହ ଓ ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା। ତେବେ ସେ ତାଙ୍କ ଡିୟୁଟିରେ ଥିବା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସକୁ ଯବାନଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ଓ ଆଇନତଃ ଯେଉଁ ନିୟମ ରହିଛି ତାହାକୁ ପୂରଣ କରିବାପରେ ମୃତଦେହକୁ ଉଦ୍ଧାର କରି ୟୁନିଟ୍କୁ ହସ୍ତାନ୍ତର କରିଥିଲା। ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।