ଯବାନଙ୍କ ଜୀବନ ନେଉଛି ବରଫ ଅତଡ଼ା : ୩ ବର୍ଷରେ ୫୦ ଯବାନ ସହିଦ

ଶ୍ରୀନଗର : କାଶ୍ମୀରରେ ଏବେ ପ୍ରବଳ ବରଫପାତ ହେଉଛି। ଗତ ସୋମବାର ରାତିରୁ କାଶ୍ମୀରରେ ବିଭିନ୍ନ ସ୍ଥାନରେ ବରଫ ଅତଡ଼ା ଧସି ୬ ଯବାନ ସହିଦ ହୋଇଥିବା ବେଳେ ଆଉ ୬ ଜଣ ନା‌ଗରିକଙ୍କ ମୃତ୍ୟୁ ହୋଇଛି। ମଛ୍‌ଲି ଏବଂ ଗନ୍ଦେରବଲ୍‌ରେ ବରଫ ଅତଡ଼ା ଧସି ସମୁଦାୟ ୧୨ ଜଣଙ୍କ ପ୍ରାଣହାନି ହୋଇଛି। ଗତ ସପ୍ତାହରେ ମଧ୍ୟ ପୁଞ୍ଚ୍‌ ଜିଲ୍ଲାର ଏଲ୍‌ଓସି ନିକଟରେ ବରଫ ଅତଡ଼ା ଧସି ଜଣେ ଆର୍ମି ପୋର୍ଟର ସହିଦ ହୋଇଥିଲେ। କାଶ୍ମୀର ଏବଂ ଲଦାଖ୍‌ର ଅତି ଉଚ୍ଚ ସ୍ଥାନମାନଙ୍କରେ ଗତ କିଛିଦିନ ଧରି ପ୍ରବଳ ବରଫପାତ ହେଉଛି। ବରଫ ଅତଡ଼ା ଧସିବା‌ ନେଇ ମଧ୍ୟ ଚେତାବନୀ ଜାରି ହୋଇଛି। ତେବେ ବରଫ ଅତଡ଼ା ଧସିବା ଯୋଗୁଁ ଗତ ୩ ବର୍ଷ ମଧ୍ୟରେ ୫୦ ଯବାନ ସହିଦ ହୋଇଛନ୍ତି।

୨୦୧୬ରେ ବରଫ ଅତଡ଼ା ଧସିବା ଯୋଗୁଁ ୧୮ ଯବାନ ସହିଦ ହୋଇଥିବା ବେଳେ ୨୦୧୭ରେ ୩୦, ୨୦୧୮ରେ ୬ ଏବଂ ୨୦୧୯ରେ ୨୦ ଯବାନ ସହିଦ ହୋଇଥି‌ଲେ। ପିଓକେରେ ମଧ୍ୟ ନିଲମ ଭ୍ୟାଲିରେ ବରଫ ଅତଡ଼ା ଧସିବା ଯୋଗୁଁ ପ୍ରାୟ ୫୭ ଜଣଙ୍କ ମୃତ୍ୟୁ ‌ହୋଇଛି ଏବଂ ଆହୁରି ଅନେକ ନିଖୋଜ ଅଛନ୍ତି। ବରଫ ଅତଡ଼ା ଧସିବା ଯୋଗୁଁ ପିଓକେ‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଘରଦ୍ବାର ବରଫରେ ପୋତି ହୋଇଯା‌ଇଛି।

ସମ୍ବନ୍ଧିତ ଖବର