ସୈନ୍ୟଙ୍କ ଅକ୍ତିଆରରେ ଜିମ୍ବାେଓ୍ଵ ରାଷ୍ଟ୍ରାୟତ ଦୂରଦର୍ଶନ କେନ୍ଦ୍ର

ହରାରେ: ଜିମ୍ବାେଓ୍ଵର ରାଜଧାନୀ ହରାରେରେ ମୁତୟନ କରାଯାଇଥିବା ସୈନିକମାନେ ବୁଧବାର ଦିନ ରାଷ୍ଟ୍ରାୟତ ଦୂରଦର୍ଶନ ସଂସ୍ଥାନକୁ ନିଜ ଅକ୍ତିଆରକୁ ନେଇଛନ୍ତି। ୯୩ ବର୍ଷିୟ ରାଷ୍ଟପତି ରବର୍ଟ ମୁଗାବେଙ୍କ ଶାସକ ‘ଜାନୁ-ପିଏଫ୍‌ ଦଳ’ ସେନାମୁଖ୍ୟଙ୍କ ଉପରେ ଦଗାବାଜି ଆରୋପ କରିବାରୁ ସେମାନେ ଦୂରଦର୍ଶନକୁ ଅକ୍ତିଆର କରିଥିବା ପ୍ରକାଶ।

ମୁଗାବେଙ୍କ ‘ଜାନୁ-ପିଏଫ୍‌’ରୁ ନିଜ ମେଣ୍ଟ୍‌କୁ ହଟାଇ ଆଣିବା ନିମନ୍ତେ ହସ୍ତକ୍ଷେପ କରିବେ ବୋଲି ସେନାମୁଖ୍ୟ ଜେନେରାଲ୍‌ କଷ୍ଟାଣ୍ଟିନୋ ଚିେଓ୍ଵଙ୍ଗା ଧମକ ଦେବାର ମାତ୍ର ୨୪ ଘଣ୍ଟା ପରେ କବଚପିନ୍ଧା ସୈନିକମାନେ ସମଗ୍ର ରାଜଧାନୀର ରାସ୍ତାଗୁଡ଼ିକରେ ଖେଦି ଯାଇଥିଲେ। ଆକ୍ରମଣ ପାଇଁ ଉଦ୍ୟଦ ସୈନ୍ୟମାନେ ବିନା ଆଲୋକରେ କାର୍‌ଗୁଡ଼ିକୁ ଚଳାଇବାକୁ କହିଥିଲେ।

ଦୁଇ ଘଣ୍ଟା ପରେ ସୈନିକମାନେ ଜିମ୍ବାେଓ୍ଵର ରାଷ୍ଟ୍ରାୟାତ ଦୂରଦର୍ଶନ କେନ୍ଦ୍ର ଏବଂ ମୁଗାବେଙ୍କ ମୁଖପତ୍ର ଜେଡ୍‌ବିସିକୁ ଅକ୍ତିଆର କରି ନେଇ କର୍ମଚାରୀମାନଙ୍କୁ ଚାଲି ଯିବାକୁ ଆଦେଶ ଦେଇଥିଲେ। କେତେଜଣ ଜେଡ୍‌ବିସି କର୍ମଚାରୀଙ୍କୁ ସୈନିକମାନେ ଟଣାଘୋଷରା କରିଥିବା ମାନବିକ ଅଧିକାର କର୍ମୀ କହିଛନ୍ତି।

ତା’ର ଅଳ୍ପ ସମୟ ପରେ ଦକ୍ଷିଣ ଆଫ୍ରୀକୟ ରାଷ୍ଟ୍ରର ରାଜଧାନୀର କେନ୍ଦ୍ରରେ ତିନୋଟି ବିସ୍ଫୋରଣ ଶବ୍ଦ ଶୁଭିଥିଲା।

 

ସମ୍ବନ୍ଧିତ ଖବର