ବଡ଼ୋଦରା: ସବର୍ଣ୍ଣ-ଅସବର୍ଣ୍ଣ ବିବାହ, ସମଲିଙ୍ଗୀ-ବିସମଲିଙ୍ଗୀ ବିବାହ, ପଶୁ-ପକ୍ଷୀ-ଗଛ ସହ ବିବାହ, ଏକ ବିବାହ ଓ ବହୁବିବାହ ଆଦି କଥା ଶୁଣିଥିବେ କିନ୍ତୁ ଆତ୍ମ-ବିବାହ ବା ସୋଲୋଗାମି କଥା କ୍ବଚିତ୍ ଲୋକ ଶୁଣିଥିବେ। ଏମିତି ଏକ ଘଟଣା ଘଟିବାକୁ ଯାଉଛି ଗୁଜରାଟର ବଡ଼ୋଦରାରେ। ବଡ଼ୋଦରାର ଜନୈକା ୨୪ ବର୍ଷୀୟା ଯୁବତୀ କ୍ଷମା ବିନ୍ଦୁ ଆତ୍ମରତିରେ ମଗ୍ନା। ସେ ନିଜକୁ ଭଲ ପାଆନ୍ତି ଓ ନିଜକୁ ବିବାହ କରିବାକୁ ଚାହାନ୍ତି। ଖାଲି ଚାହାନ୍ତି ନୁହେଁ ଜୁନ୍ ୧୧ ତାରିଖରେ ତାଙ୍କର ଆତ୍ମବିବାହ ସ୍ଥିର ହୋଇସାରିଛି। ସେ ଅଗ୍ନିକୁ ସାକ୍ଷୀ ରଖି ନିଜକୁ ନିଜେ ବିବାହ କରିବେ ଓ ସାତଫେରା (ସପ୍ତପଦୀ) ନେବେ। ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ଭୋଜି ବି ଦେବେ। ବିନ୍ଦୁ ବିବାହ କରିବାକୁ ଚାହାନ୍ତି କିନ୍ତୁ ବୋହୂ ହେବାକୁ ଚାହାନ୍ତି ନାହିଁ। ଏଇଥିରୁ ତାଙ୍କର ସୃଷ୍ଟି ହୁଏ ଆତ୍ମବିବାହର ଚିନ୍ତାଧାରା। ଆଜିକାଲି ଏପରି ଅଣପାରମ୍ପରିକ ବିବାହ ବିରଳ ନୁହେଁ। ଏହାକୁ ଇଂରାଜିରେ କୁହାଯାଉଛି ସୋଲୋଗାମି। ଗୁଜରାଟରେ ବିନ୍ଦୁଙ୍କର ଏ ଧରଣର ବିବାହ ହେଉଛି ପ୍ରଥମ। ଏହା ସିଗମଣ୍ଡ ଫ୍ରଏଡ୍ଙ୍କର ନାର୍ସିସସ୍ କମ୍ପ୍ଲେକ୍ସର ଏକ ଉଦାହରଣ ହୋଇପାରେ। ନାର୍ସିସସ୍ ବୋଲି ଜଣେ ରାଜା ଥିଲେ। ସେ ନିଜକୁ ନିଜେ ଭଲ ପାଉଥିଲେ। ପାଣିରେ ନିଜର ପ୍ରତିଚ୍ଛବି ଦେଖି କୁରୁଳି ଉଠୁଥିଲେ। ନିଜର ହାତ-ଗୋଡ଼ କେଡ଼େ ସୁଠାମ ଦେଖି ଆନନ୍ଦିତ ହେଉଥିଲେ। ବିନ୍ଦୁଙ୍କଠାରେ ଏପରି ଆଚରଣ ଆତ୍ମବିବାହରେ ପରିଣତ ହେବାକୁ ଯାଉଛି।
‘ସୋଲୋଗାମି’: ଗୁଜରାଟୀ ଯୁବତୀ ନିଜକୁ ନିଜେ ବିବାହ କରିବେ
/sambad/media/post_attachments/wp-content/uploads/2022/06/s65f4h654h65fhshsshfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)