ପ୍ରଥମ ଥର ପାଇଁ ଆମେରିକୀୟ କଂଗ୍ରେସକୁ ନିର୍ବାଚିତ ହେଲେ ଦୁଇ ମୁସ୍‌ଲିମ୍‌ ମହିଳା

ଚିକାଗୋ : ମଙ୍ଗଳବାର ଆମେରିକୀୟ କଂଗ୍ରେସକୁ ପ୍ରଥମ ମୁସ୍‌ଲିମ୍‌ ମହିଳା ଭାବେ ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କହିଛନ୍ତି ସୋମାଲି ଶରଣାର୍ଥୀ ଇଲ୍‌ହାନ ଉମର(୩୭) ଏବଂ ପ୍ରବାସୀ ପାଲେଷ୍ଟିନୀୟ ରଶୀଦା ତାଲାବ(୪୨) । ଇଲ୍‌ହାନ ଉମର ସବୁଠାରୁ ଶକ୍ତିଶାଳୀ ଡେମୋକ୍ରାଟ ସମର୍ଥତ ମିନେଆପୋଲିସର ମିନେସୋଟା ନିର୍ବାଚନ କ୍ଷେତ୍ରରୁ ବିଜୟ ଲାଭ କରିଥିବା ବେଳେ ରଶୀଦା ମିଚିଗାନର ଡ଼େଟ୍ରୋଏଟ୍‌ରୁ ଡ଼ିୟରବର୍ନ ପର୍ଯ୍ୟନ୍ତ ଲମ୍ବିଥିବା କଂଗ୍ରେସ ଡିଷ୍ଟ୍ରିକ୍ଟରୁ ବିଜୟ ଲାଭ କରିଥିବା ଜଣାପଡ଼ିଛି ।

The Express Tribune

ନିର୍ବଚନ ଜିତିବା ପରେ ଦୁହେଁ ନିଜ ନିଜର କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି । ଏଠାରେ ପହଞ୍ଚିବା ଦୁହିଁଙ୍କୁ କେତେ ସଂଘର୍ଷମୟ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା, ସେମାନେ ତାହା ଜଣାଇଥିଲେ । ମୁଁ ଜଣେ ମୁସ୍‌ଲିମ୍‌ ଏବଂ ମୋର ରଙ୍ଗ କଳା । କିନ୍ତୁ ମୁଁ ସେ ବିଷୟରେ ନ ଭାବି ଆଗକୁ ବଢ଼ିବା କଥା ଭାବିଥିଲି । କାରଣ ଅନେକ ଲୋକଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ ଥିଲି । ଲୋକତନ୍ତ୍ରର ଜନପ୍ରତିନିଧି ହୋଇପାରିଲି ବୋଲି ଇଲ୍‌ହାନ ଉମର କହିଥିଲେ । ଅନ୍ୟ ପକ୍ଷରେ ଡ଼େଟ୍ରଏଟ୍‌ରେ ଜନ୍ମଗ୍ରହଣ କରିଥିବା ରଶୀଦା ନିଜର ମତ ରଖି କହିଛନ୍ତି, ମୁଁ ଅନ୍ୟାୟ ପାଇଁ ସଂଘର୍ଷ କରିବା ଆରମ୍ଭ କରିଥିଲି । କାରଣ ମୁସ୍‌ଲିମ୍‌ମାନଙ୍କୁ ସବୁ ସ୍ଥାନରେ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଥିଲା । ଯାହା ପାଇଁ ମୁଁ ପଛରେ ଠିଆ ହୋଇ ଭାବିବା ଅପେକ୍ଷା ସଂଘର୍ଷ କରି ଆଗକୁ ଆସିଥିଲି ବୋଲି ଏକ ସାକ୍ଷାତକାରରେ ରଶୀଦା କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର