ଆଗାମୀ କିଛି ଦିନ ମଧ୍ୟରେ ଜେଲରେ ରହିବେ ବିଜେପିର ଅନେକ ନେତା: ଶିବସେନା ସାଂସଦ ସଞ୍ଜୟ ରାଉତ

ମୁମ୍ବାଇ: ଆଗାମୀ ଅଳ୍ପ ଦିନ ମଧ୍ୟରେ ବିଜେପିର ଅନେକ ନେତା ଜେଲରେ ରହିବେ। ତେବେ, ଏହି ନେତାମାନଙ୍କର ନାମ ଏବେ ପ୍ରକାଶ କରିବି ନାହିଁ। ଏହି କଥା କହିଛନ୍ତି ଶିବସେନାର ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ମୁମ୍ବାଇର ଶିବସେନା ମୁଖ୍ୟାଳୟରେ ମିଡିଆ ସହିତ କଥାବାର୍ତ୍ତା ବେଳେ ଏମାନଙ୍କ ନାମ ପ୍ରକାଶିତ କରିବେ ବୋଲି ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, ଗତବର୍ଷ ନଭେମ୍ବରରେ ବେଆଇନ୍ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ କରାଯାଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ୍ ଖୁବ୍ ଶୀଘ୍ର ଜେଲରୁ ମୁକୁଳିବେ। ଶିବସେନା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେଙ୍କ ବିରୋଧରେ ଲଗାଯାଇଥିବା ମିଥ୍ୟା ଅଭିଯୋଗ ଓ କେନ୍ଦ୍ରୀୟ ସଂସ୍ଥାଗୁଡିକର ଦାଦଗିରିର ଜବାବ ଦିଆଯିବ। ଆମ ବିରୋଧରେ କେନ୍ଦ୍ରୀୟ ସଂସ୍ଥାଗୁଡିକର ବ୍ୟବହାରର ଧମକ ଦିଆ ନଯାଉ, ଆମେ ଡରିବୁ ନାହିଁ। ଆପଣ ଯାହା କରିଲେ ବି ମୋତେ ଡରେଇ ପାରିବେ ନାହଁ। ସେମାନେ କହୁଛନ୍ତି ଅନିଲ ଦେଶମୁଖଙ୍କ ସହ ଆଉ କିଛି ନେତା ବି ଜେଲ୍ ଯିବେ। ମୋତେ ଲାଗୁଛି ବିଜେପିର ସାଢେ ତିନି ଜଣ ଲୋକ ଆଗାମୀ ଦିନରେ ଅନିଲ ଦେଶମୁଖ ରହୁଥିବା ଜେଲ୍ କଠୋରିରେ ରହିବେ ଓ ଅନିଲ ଦେଶମୁଖ ବାହାରକୁ ବାହାରିବେ। ସଞ୍ଜୟ ରାଉତ ଗତ ସପ୍ତାହରେ ଦାବି କରିଥିଲେ ଯେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାରେ ସାହାଯ୍ୟ କରିବା ପାଇଁ କିଛି ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ।

ବିଜେପି ମହାରାଷ୍ଟ୍ରରେ ଉଦ୍ଧବ ଠାକେରେଙ୍କ ନେତୃତ୍ଵାଧୀନ ମହାବିକାଶ ଅଘାଡୀ ସରକାର (ଶିବସେନା, ଏନସିପି, କଂଗ୍ରେସ)ର ନେତାମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଇଛି।

ସମ୍ବନ୍ଧିତ ଖବର