ଆମ ଦଳର କିଛି ନେତା ‘ହିନ୍ଦୁ’ ଶବ୍ଦକୁ ଘୃଣା କରନ୍ତି : କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଏପରି କେତେକ ନେତା ଅଛନ୍ତି ଯେଉଁମାନେ ହିନ୍ଦୁ ଶବ୍ଦକୁ ହିଁ ଘୃଣା କରନ୍ତି । ଏକଥା ଅନ୍ୟ କୌଣସି ଦଳର ନୁହେଁ, ଖୋଦ କଂଗ୍ରେସର ଜଣେ ନେତା ପ୍ରମୋଦ କ୍ରିଷ୍ଣମ କହିଛନ୍ତି ।

ସେ କହିଛନ୍ତି ଯେ, କଂଗ୍ରେସ ଦଳରେ ଏପରି କେତେକ ନେତା ଅଛନ୍ତି ଯେଉଁମାନେ ‘ହିନ୍ଦୁ ଧର୍ମ’ ଶବ୍ଦଟିକୁ ଘୃଣା କରନ୍ତି । ଏପରି ସ୍ଥଳେ ସେମାନେ କିପରି ଜଣେ ହିନ୍ଦୁ ବ୍ୟକ୍ତିକୁ ରାଜ୍ୟ ସଭା ପଠାଇବେ ।

ଏପରି ବୟାନ ଦେବା ସତ୍ତ୍ବେ ସେ କହିଛନ୍ତି ଯେ ସେ କଂଗ୍ରେସ ସହ ଅଛନ୍ତି ଓ ଦଳ ପ୍ରିୟଙ୍କା ଗାନ୍ଧିଙ୍କୁ ଦଳର ଦାୟିତ୍ବ ପ୍ରଦାନ କରିବା ଉଚିତ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଦଳରେ ବିବାଦ ଘନେଇବାରେ ଲାଗିଛି । ଦଳର ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିଛନ୍ତି । ସଂଖ୍ୟାଲଘୁ ନେତା ଇମ୍ରାନ ପ୍ରତାପଗଢିଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ କରାଯିବାକୁ ନେଇ ଦଳରେ ବିବାଦ ଦେଖାଦେଇଛି ।

କଂଗ୍ରେସର ଲୋକସଭା ଏମପି ମନୀଷ ତିଓ୍ବାରି ମଧ୍ୟ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଦଳରେ ଗୁଲାମ ନବି ଆଜାଦ,ତାରିକ ଅନଓ୍ବର, ସଲମାନ ଖୁ୍ର୍ସିଦଙ୍କ ପରି ଅଭିଜ୍ଞ ନେତା ଅଛନ୍ତି । ସେମାନଙ୍କୁ ମଧ୍ୟ ସମ୍ମାନ ଜଣାଯିବା ଆବଶ୍ୟକ ।

 

ସମ୍ବନ୍ଧିତ ଖବର