ନୂଆଦିଲ୍ଲୀ: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଏଭାଲ୍ୟୁଏସନ୍ ଏକ ପରିସଂଖ୍ୟାନ ନମୁନା ପ୍ରସ୍ତୁତ କରିଛି, ଯାହାକୁ ହ୍ୱାଇଟ୍ହାଉସ୍ ଉପସ୍ଥାପନ କରି ଅନୁମାନ ଲଗାଇଛି ଯେ କେତେକ ରାଷ୍ଟ୍ରରେ ଏ ବିଶ୍ୱମହାମାରୀ ମୃତ୍ୟୁ ହାର ଚରମ ସ୍ଥିତିରେ ପହଞ୍ଚିବ। ସେଥିରେ ଦର୍ଶାଯାଇଛି କେତେକ ରାଷ୍ଟ୍ର ସାମାଜିକ ଦୂରାବସ୍ଥାନ ସୂତ୍ର ପ୍ରୟୋଗ କରି ସେ ବିଷମ ସ୍ଥିତିରୁ ମୁକୁଳିଗଲେଣି। ଅନ୍ୟ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରସ୍ତୁତ ନଥିବାରୁ ନୂଆ ମାମଲାଗୁଡ଼ିକୁ ସମ୍ଭାଳିପାରିବେ ନାହିଁ। ତେବେ ଏହି ଆଶଙ୍କା ଆକଳନ ସଟୀକ ନୁହେଁ, କାରଣ ଏଥିରେ ଆଶାତୀତ ସଂକ୍ରମଣ ବ୍ୟାପିବାର ଅନୁମାନ ଲଗାଯାଇଛି। ଏହି ଅନୁମାନରେ କହାଯାଇଥିବା ସର୍ବାଧିକ ଓ ସର୍ବନିମ୍ନ ଦୈନିକ ମୃତ୍ୟୁ ମଧ୍ୟରେ ଥିବା ବ୍ୟବଧାନକୁ ପରିଚାଳନା କରିପାରିବେ ସେମାନଙ୍କ ଚିକିତ୍ସାଳୟଗୁଡ଼ିକର ରୋଗୀଧାରଣ କ୍ଷମତା ବୃଦ୍ଧି କରି। ଏହି ଅନୁମାନ ଭିତ୍ତିକ ପରିସଂଖ୍ୟାନ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ଏପ୍ରିଲ ୧୨ ତାରିଖରେ ୨୦୧୨ ଜଣଙ୍କର ମୃତ୍ୟୂ ହେବ। ତା'ପରେ ମୃତ୍ୟୁହାର କମିବ ଏବଂ ଅଗଷ୍ଟ ସୁଦ୍ଧା ୬୦,୪୧୫ ଜଣଙ୍କୁ ରୋଗ ମାରିଦେଇଥିବ। ସେହିଭଳି ଏପ୍ରିଲ ୧୧ ତାରିଖ ସୁଦ୍ଧା ରୋଗୀମାନଙ୍କର ସଂଖ୍ୟା ବୃଦ୍ଧି ଯୋଗୁ ୧୬,୫୨୪ଟି ଭେଣ୍ଟିଲେଟର ନିଅଣ୍ଟ ପଡ଼ିବ। କିନ୍ତୁ ମାର୍ଚ ମାସ ଆରମ୍ଭରୁ ଭ୍ରମଣ ଇତିହାସ ଥିବା ମାମଲା ଥିଲା ମାତ୍ର ୭୦। ଏତିକି ଦିନ ଭିତରେ ତାହା ଆକାଶଛୁଆଁ ହୋଇଯାଇଛି। ହିସାବ ଅନୁଯାୟୀ ଏପ୍ରିଲ୍ ୮ ତାରିଖ ଥିଲା ନ୍ୟୁୟର୍କ ଚରମ ଦିବସ। ୭୮୦ ଜଣଙ୍କ ମୃତ୍ୟୁ ସାଙ୍ଗକୁ ୫୦୦୮ଟି ଭେଣ୍ଟିଲେଟର ନିଅଣ୍ଟ ଆକଳନ କରାଯାଇଥିଲା। କେବଳ ନ୍ୟୁୟର୍କ ହିଁ ଏବେ ଦେଶର ଅର୍ଧେକ ମାମଲାର ପେଣ୍ଠସ୍ଥଳ ପାଲଟିଛି। ତେଣୁ ନ୍ୟୁୟର୍କ ନଗରୀରେ ହସପିଟାଲ ଓ ତାହାର ଧାରଣ କ୍ଷମତା ବୃଦ୍ଧି କରାଯାଇଛି।
ଏହିଭଳି ସ୍ପେନ୍ର ଚରମ ଦିବସ ଥିଲା ଏପ୍ରିଲ ପହିଲା। ସେଦିନ ୯୫୦ ଜଣଙ୍କ ମୃତ୍ୟୁ ସହ ୬୧୩୯ ଭେଣ୍ଟିଲେଟର ଊଣା ପଡ଼ିବାର ଆକଳନ କରାଯାଇଥିଲା। ପଡ଼ୋଶୀ ଇଟାଲୀରେ ଯେତେବେଳେ ପରିସ୍ଥିତି ବିଷମ ହୋଇଚାଲିଥିଲା ସେତେବେଳେ ସ୍ପେନ୍ ଅବହେଳା କରିଥିଲା। ସ୍ପେନ୍ର ଦୁର୍ବଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଥିଲେ ସୁଦ୍ଧା ଲକ୍ଡାଉନ୍ ଯୋଗୁ ସଂକ୍ରମଣର ଦ୍ରୁତ ଅଭିବୃଦ୍ଧି ହୋଇପାରିନାହିଁ। ଜର୍ମାନୀର ଚରମ ଦିବସ ହେଉଛି ଏପ୍ରିଲ ୧୯ ତାରିଖ। ସେଦିନ ୩୭୭ ଜଣଙ୍କର ମୃତ୍ୟୁ ହେବା ଦର୍ଶାଯାଇଥିବା ବେଳେ ଅଗଷ୍ଟ ସୁଦ୍ଧା ୮୮୬୨ ଜଣଙ୍କର ମୃତ୍ୟୁ ହୋଇଥିବ ଏବଂ ଏପ୍ରିଲ ୧୪ରେ ୨୪୯୭ ଭେଣ୍ଟିଲେଟର ଊଣା ପଡ଼ିବ ବୋଲି ସେହି ପରିସଂଖ୍ୟାନ କହୁଛି। ତେବେ ଏଠାରେ କହିରଖିବା ଦରକାର ଯେ ଜର୍ମାନୀର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଶଯ୍ୟାସଂଖ୍ୟା, ଆଇସିୟୁ, ନମୁନା ନିଦାନ ସାମର୍ଥ୍ୟ ସବୁ କ୍ଷେତ୍ରରେ ଉଚ୍ଚରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona-italy.jpg)